ମହଲତ ପାଇଁ ବିଧାୟକଙ୍କୁ ୧୦ ହଜାର ଜରିମାନା…

add-all

high

କଟକ  : ବାରବାଟୀ-କଟକ ନିର୍ବାଚନୀ ମାମଲାର ବିଧାୟକ ମହମ୍ମଦ ମୋକିମ୍‌ଙ୍କ ପକ୍ଷରୁ ଯୁକ୍ତି ବାଢ଼ିବାକୁ ଓକିଲ ମହଲତ ମାଗିବାରୁ ହାଇକୋର୍ଟ ୧୦ ହଜାର ଟଙ୍କା ଜରିମାନା ଦାଖଲ କରିବାକୁ ଆଦେଶ ଦେଇଛନ୍ତି। ସୋମବାର ଶୁଣାଣିରେ ବିଧାୟକଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ ନିମନ୍ତେ ମହଲତ ନେବାକୁ ଆବେଦନ କରାଯାଥିଲା। ହାଇକୋର୍ଟର ବିଚାରପତି ସଙ୍ଗମ କୁମାର ସାହୁ ମାମଲାର ଶୁଣାଣି କରି ପରବର୍ତ୍ତୀ ଶୁଣାଣି ନିମନ୍ତେ ଆସନ୍ତା ୨୦ ତାରିଖକୁ ଧାର୍ଯ୍ୟ କରିଛନ୍ତି।

ପ୍ରକାଶ ଯେ, ବିଧାୟକ ମୋକିମ୍‌ଙ୍କ ସାକ୍ଷ୍ୟଗ୍ରହଣ ଶେଷ ହୋଇଥିବାରୁ ତାଙ୍କ ପକ୍ଷରୁ ପ୍ରଥମେ ଯୁକ୍ତି ଉପସ୍ଥାପନ ଆରମ୍ଭ କରିବାକୁ କୋର୍ଟ ଆଦେଶ ଦିଅନ୍ତୁ ବୋଲି ଦେବାଶିଷ ସାମନ୍ତରାୟଙ୍କ ପକ୍ଷରୁ ଦାଖଲ ପିଟିଶନ୍‌ରେ ଆବେଦନ କରାଯାଇଥିଲା। ଦେବାଶିଷଙ୍କ ଏହି ଆବେଦନର ଶୁଣାଣି ଶେଷ କରି ହାଇକୋର୍ଟ ବିଧାୟକ ମୋକିମ୍‌ଙ୍କୁ ପ୍ରଥମେ ଯୁକ୍ତି ଉପସ୍ଥାପନ କରିବାକୁ ଆଦେଶ ଦେଇଥିଲେ। ବିଧାୟକ ମୋକିମ୍‌ଙ୍କ ପକ୍ଷରୁ ତତ୍‌କାଳୀନ ରିଟର୍ଣ୍ଣିଂ ଅଫିସର୍‌ ତଥା ସବ୍‌ କଲେକ୍ଟର୍‌ ସୁକାନ୍ତ କୁମାର ପ୍ରଧାନଙ୍କୁ ଜେରା କରାଯାଇସାରିଛି। ଉଲ୍ଲେଖଯୋଗ୍ୟ, ବାରବାଟୀ-କଟକ ନିର୍ବାଚନ ମଣ୍ଡଳୀର ବିଜୟୀ ପ୍ରାର୍ଥୀ କଂଗ୍ରେସ ବିଧାୟକ ମହମ୍ମଦ୍‌ ମୋକିମ୍‌ଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବାକୁ ହାଇକୋର୍ଟରେ ପରାଜିତ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟଙ୍କ ପକ୍ଷରୁ ଏହି ମାମଲା ରୁଜୁ କରାଯାଇଛି। ବିଧାୟକ ମୋକିମ୍‌ ତାଙ୍କ ସତ୍ୟପାଠରେ ଅନେକ ତଥ୍ୟ ଲୁଚାଇଥିବା ଆବେଦନକାରୀ ଅଭିଯୋଗ କରଛନ୍ତି। ମୋକିମ୍‌ଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ବିଦ୍ୟାଧର ମିଶ୍ର ଓ ତରଣୀକାନ୍ତ ବିଶ୍ୱାଳ ମାମଲା ପରିଚାଳନା କରୁଛନ୍ତି ା

ad-week
Leave A Reply

Your email address will not be published.