ଶରୀର ଦାନ ପାଇଁ ପଦ୍ମଶ୍ରୀ ବାବା ବଳିଆଙ୍କ ଘୋଷଣା…

add-all

download (1)

ତିର୍ତ୍ତୋଲ  : ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ନିକଟ ବୀଣାପାଣି ମଣ୍ଡପ ପରିସରରେ ପଦ୍ମଶ୍ରୀ ବାବା ବଳିଆ ସୋମବାର ଏକ ଖବରଦାତା ସମ୍ମିଳନୀ ଡାକି ଶରୀର ଦାନ କରିବା ପାଇଁ ଘୋଷଣା କରିଛନ୍ତି।

ଏହି ଅବସରରେ ସେ କହିଥିଲେ, ଜୀବନରେ ପାରିବାରିକ ପ୍ରୀତି ନ ରହିଲେ ସମାଜରେ ସୁଧାର ଆସିବା ଅସମ୍ଭବ। ତେଣୁ ମା’ବାପା ନିଜ ପରିବାରରୁ ପିଲାମାନଙ୍କୁ ସଂସ୍କାରୀ ଭାବେ ଗଢ଼ିବା ଉଚିତ। ଏଥିସହ ଅନ୍ଧବିଶ୍ୱାସ ଓ କୁସଂସ୍କାର ଭଳି ସାମାଜିକ ବିଶୃଙ୍ଖଳା ସୃଷ୍ଟି କରୁଥିବାରୁ ଏହାର ବିଲୋପ ଲାଗି ସେ ଆହ୍ବାନ ଦେଇଥିଲେ।

ସ୍ବାମୀହରା ମା’ମାନଙ୍କୁ ସାମାଜିକ ଓ ମାଙ୍ଗଳିକ କାର୍ଯ୍ୟରେ ସାମିଲ କରିବା ଅମଙ୍ଗଳ ନୁହେଁ ବୋଲି ବାବା ବଳିଆ କହିଥିଲେ। ସେ ଆହୁରି କହିଥିଲେ, ନିଶା ଓ ମାଦକ ଦ୍ରବ୍ୟ ସେବନ ଯୁବପିଢ଼ିଙ୍କୁ ପଥ ଭ୍ରଷ୍ଟ କରୁଛି। ଏଣୁ ସାରା ଦେଶରେ ନିଶା ଓ ମାଦକ ଦ୍ରବ୍ୟ ବିକ୍ରି ବନ୍ଦ ଦିଗରେ ସରକାର ଦୃଷ୍ଟି ଦିଅନ୍ତୁ ।

ସେ ସମାଜର ମଙ୍ଗଳ ପାଇଁ ସବୁବେଳେ ନିଜକୁ ନିୟୋଜିତ କରିଛନ୍ତି। ସମାଜର ହିତ ସାଧନ ଲାଗି ତାଙ୍କ ଆତ୍ମା ଶରୀର ଛାଡ଼ିବା ପରେ ଶରୀରକୁ ଦାନ କରାଯିବ ବୋଲି ବାବା ବଳିଆ ଗଣମାଧ୍ୟମକୁ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଏହି ଖବରଦାତା ସମ୍ମିଳନୀରେ ଶିଶୁ ଅନନ୍ତ ଆଶ୍ରମର ସଚିବ ଡ. ସ୍ବାମୀ ଚିଦାନନ୍ଦ ବ୍ରହ୍ମଚାରୀ ଏବଂ ଆଶ୍ରମର ଅନ୍ତେବାସୀ ଓ ବହୁ ଅନୁଗାମୀ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.