ଗଞ୍ଜେଇ ଚାଲାଣ ଅଭିଯୋଗରେ ଦୁଇ ଯୁବତୀ ଗିରଫ…

add-all

Balangir_1700046648

ବଲାଙ୍ଗିର: ଟ୍ରେନରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ଧରାପଡିଲେ ଦୁଇ ଯୁବତୀ। ଅବକାରୀ ବିଭାଗ ଦୁଇ ଯୁବତୀଙ୍କୁ ଗିରଫ କରିବା ସହିତ ଗଞ୍ଜେଇ ଜବତ କରିଛି। ଏପରି ଅଭିଯୋଗ ବଲାଙ୍ଗିର ଜିଲ୍ଲାରୁ ଆସିଛି। ସୂଚନା ଅନୁସାରେ ବୁଧବାର ଅପରାହ୍ନରେ ଏହି ଦୁଇ ଯୁବତୀ ଦୁଇଟି ଟ୍ରଲି ବ୍ୟାଗ ନେଇ ବାଲାଙ୍ଗିର ରେଳ ଷ୍ଟେସନକୁ ଆସି ପ୍ଲାଟଫର୍ମରେ ଟ୍ରେନକୁ ଅପେକ୍ଷା କରିଥିଲେ। ସେମାନଙ୍କ ଗତିବିଧି ଉପରେ ସନ୍ଦେହ କରି ଜିଆରପି ସେମାନଙ୍କ ବ୍ୟାଗ ଖୋଲିବାକୁ କହିଥିଲେ।

ରେଲୱେ ପୋଲିସ ଉଭୟଙ୍କୁ କାବୁ କରି ବ୍ୟାଗକୁ ଖୋଲିଥିଲା। ବ୍ୟାଗ୍‌ ଭିତରୁ ୨୨ କେଜି ଗଞ୍ଜେଇ ବାହାରିଥିଲା। ରେଲୱେ ପୋଲିସ ଏନେଇ ଅବକାରୀ ବିଭାଗକୁ ଖବର ଦେଇଥିଲା। ବଲାଙ୍ଗିର ଅବକାରୀ ବିଭାଗର କର୍ମଚାରୀମାନେ ଷ୍ଟେସନ୍‌ରେ ପହଞ୍ଚି ଗଞ୍ଜେଇକୁ ଜବତ କରିଥିଲେ। ପଚରାଉଚରା ବେଳେ ଦୁଇ ଯୁବତୀମାନଙ୍କ ମଧ୍ୟରୁ ଜଣେ ମାଲକାନଗିରି ଜିଲ୍ଲାର ରଜନୀ ବାଗ ଓ ଅନ୍ୟ ଜଣେ ନବରଙ୍ଗପୁର ଜିଲ୍ଲାର ଚଞ୍ଚଳ ହରିଜନ ବୋଲି ଜଣାପଡିଛି।

ଭୟ ଭବାନୀପାଟଣାରୁ ବାଲାଙ୍ଗିରକୁ ଗଞ୍ଜେଇ ଆଣିଥିଲେ। ଦୁଇ ଯୁବତୀ କାହା ପାଇଁ କାମ କରୁଥିଲେ ଏବଂ ଗଞ୍ଜେଇ କାହାଠୁ ଆଣି କାହା ପାଖରେ ପହଞ୍ଚାଇଥାନ୍ତେ, ସେନେଇ ଅଧିକ ତଦନ୍ତ ଜାରୀ ରଖିଛି ବଲାଙ୍ଗିର ଅବକାରୀ ବିଭାଗ। ଅନ୍ୟପଟେ ଗଞ୍ଜେଇ ଚାଲାଣ ଅଭିଯୋଗରେ ଅବକାରୀ ବିଭାଗ ଦୁଇ ଯୁବତୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ad-week
Leave A Reply

Your email address will not be published.