ଦରଭଙ୍ଗା-ନୂଆଦିଲ୍ଲୀ ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସରେ ନିଆଁ, ଉଦ୍ଧାର କାର୍ଯ୍ୟ ଜାରି…

add-all

ew

ନୂଆଦିଲ୍ଲୀ: ଦରଭଙ୍ଗା-ନୂଆଦିଲ୍ଲୀ ସମ୍ପର୍କ କ୍ରାନ୍ତି ସୁପରଫାଷ୍ଟ ଏକ୍ସପ୍ରେସର ଏକ ବଗିରେ ବୁଧବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ବଗିଟି ହୁହୁ ହୋଇ ଜଳୁଥିବା ଦେଖିବାକୁ ମିଳିଛି। ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁଲିଭା ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ ଏଥିରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି।

ଏହି ଅଗ୍ନିକାଣ୍ଡରେ କେହି ଆହତ ହୋଇ ନଥିବା ସ୍ଥାନୀୟ ରେଳ ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଟ୍ରେନଟି ସରାଇ ଭୁପାଟ ଷ୍ଟେସନ ଦେଇ ଯାଉଥିବା ବେଳେ ଷ୍ଟେସନ ମାଷ୍ଟର ସ୍ଲିପର କୋଚରେ ଧୂଆଁ ଦେଖିବାକୁ ପାଇଥିଲେ। ଏହାପରେ ଷ୍ଟେସନ ମାଷ୍ଟର ଟ୍ରେନ୍ ଡ୍ରାଇଭର ଓ ଗାର୍ଡଙ୍କୁ ଧୂଆଁ ବିଷୟରେ ସୂଚନା ଦେଇ ଟ୍ରେନ୍ ଅଟକାଇଥିଲେ। ଏହାପରେ ଯାତ୍ରୀମାନଙ୍କୁ ସ୍ଲିପର କୋଚରୁ ବାହାରକୁ ନିଆଯାଇଥିଲା। ଟ୍ରେନରେ ନିଆଁ ଲାଗିବା ମାତ୍ରେ ଅନେକ ଯାତ୍ରୀ ଟ୍ରେନରୁ ଡେଇଁ ପଡ଼ିଥିଲେ। ବିହାରରେ ବର୍ତ୍ତମାନ୍ ଛଟ୍ ପର୍ବ ଚାଲିଥିବାରୁ ଟ୍ରେନରେ କ୍ଷମତାଠାରୁ ଅଧିକ ଯାତ୍ରୀ ଥିଲେ।

ଉତ୍ତରପ୍ରଦେଶର ସରାଇ ଭୂପତ ରେଳ ଷ୍ଟେସନ ନିକଟରେ ଏହି ଅଗ୍ନିକାଣ୍ଡ ଘଟିଛି। ଏବେ ନିଆଁକୁ ଆୟତ୍ତ କରାଯାଇଛି। କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା ତାହା ଜଣାପଡ଼ିନାହିଁ। ଏ ନେଇ ଅନୁସନ୍ଧାନ ଆରମ୍ଭ ହୋଇଛି।

ad-week
Leave A Reply

Your email address will not be published.