ଶିଶୁର ସର୍ବାଙ୍ଗୀନ ବିକାଶ ହିଁ ପରିପୂର୍ଣ୍ଣ ରାଷ୍ଟ୍ରର ପରିଚାୟକ

add-all

ବ୍ରହ୍ମପୁର, ତା. ୧୬/୧୧ : ସ୍ଥାନୀୟ ସମନ୍ବିତ ଶିଶୁ ବିକାଶ ଯୋଜନା ପ୍ରକଳ୍ପ, ରାମଲିଙ୍ଗେଶ୍ବର ସେକ୍ଟର ଅନ୍ତର୍ଗତ ବାଲାଜୀପେଣ୍ଠ ଅଙ୍ଗନବାଡି କେନ୍ଦ୍ର ପରିସରରେ ପବିତ୍ର ଶିଶୁ ଦିବସ ପାଳନ ଅବସରରେ ନିଖିଳ ଉତ୍କଳ ବରିଷ୍ଠ କଳାକାର ମହାସଂଘର ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଶୁର ସର୍ବାଙ୍ଗୀନ ବିକାଶ ହିଁ ପରିପୂର୍ଣ୍ଣ ରାଷ୍ଟ୍ରର ପରିଚାୟକ ବୋଲି ମତବ୍ୟକ୍ତ କରିଥିଲେ। ପ୍ରକଳ୍ପ ଅଧିକାରିଣୀ କଳ୍ପନା ପାଢୀ ଏବଂ ସେକ୍ଟର ସୁପରଭାଇଜର ଜି. ରାଜଲକ୍ଷ୍ମୀଙ୍କ ତତ୍ତ୍ବାବଧାନରେ ଆୟୋଜିତ ଏହି ଉତ୍ସବରେ ଅଙ୍ଗନବାଡି କେନ୍ଦ୍ର ଶିଶୁ, ମାତ୍ରୁମଣ୍ଡଳି ଉପସ୍ଥିତ ଥିଲେ। କାର୍ଯ୍ଯ କ୍ରମ ପରିଚାଳନା କ୍ଷେତ୍ରରେ ସ୍ଥାନୀୟ ଅଙ୍ଗନବାଡି କର୍ମି ସୁମତି ସାହୁ ଏବଂ ସହାୟିକା ଏମ୍. କାମେଶ୍ବରୀ ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.