ଏ.ଏମ.ସି.ଏସ ମହାବିଦ୍ୟାଳୟରେ ଏକ ଦିବସୀୟ ଜାତୀୟ ଆଲୋଚନା ଚକ୍ର

ଫୁଲବାଣୀ : ଟିକାବାଲି ଏ. ଏମ. ସି. ଏସ ମହାବିଦ୍ୟାଳୟରେ କଲେଜ ପରିଚାଳନା ସଭାପତି ଲଳିତେନ୍ଦୁ ପ୍ରଧାନ ସଭାପତିତ୍ୱ ରେ ଓଡ଼ିଆ ଅଧ୍ୟାପକ ସଂଗୋଷ୍ଠୀ ଓ ଟିକାବାଲି କଲେଜ ର ସ୍ନାତକ ଓ ସ୍ନାତକୋତ୍ତର ଓଡ଼ିଆ ବିଭାଗର ମିଳିତ ଆନୁକୂଲ୍ୟରେ, ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ କବିତା କୁ ନେଇ ଆଲୋଚନା ହୋଇଥିଲା, ଉଦଘାଟକ ଭାବରେ ଅଧ୍ୟାପକ ସଂଗୋଷ୍ଟୀ ର ଡ଼. ସିଦ୍ଧାର୍ଥ ଶଙ୍କର ପାଢ଼ୀ, ମୁଖ୍ୟ ଅତିଥି ଭାବେ ଡ଼. ଲମ୍ବୋଦର ପାଣିଗ୍ରାହୀ, ସମ୍ମାନିତ ଅତିଥିଭାବେ ଡ଼ ସୁଶାନ୍ତ କୁମାର ଦାସ, ମୁଖ୍ୟ ବକ୍ତା ଭାବେ ବିଶ୍ଵ ଭାରତୀ ବିଶ୍ୱବିଦ୍ୟାଳୟ, ଶାନ୍ତିନିକେତନ,କଲିକତା ର ପ୍ରଫେସର ଡ଼. ଶରତ ଜେନା, ସମ୍ମାନିତ ବକ୍ତା ଭାବେ ଡ଼. କୁଳମଣି ଓଝା, ଭିତ୍ତି ପ୍ରବନ୍ଧ ପାଠକ ଭାବେ ଡ଼. ହୃଷିକେଶ ପଣ୍ଡା ଯୋଗ ଦେଇଥିଲେ l ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ଶୀର୍ଷକ ର ଆଭିମୁଖ୍ୟ ଉପରେ ଆଲୋଚନା କରିଥିଲେ, ଅଧ୍ୟାପକ ସଂଗୋଷ୍ଟୀ ତରଫରୁ ଅବସର ପ୍ରାପ୍ତ ଅଧ୍ୟକ୍ଷ ଡ଼. ମଧୁସୂଦନ ମହାପାତ୍ର, ଡ଼ ପୁର୍ନେନ୍ଦୁ ତ୍ରିପାଠୀ, ଡ଼. ଶ୍ୟାମାସୁନ୍ଦର ଡାଙ୍ଗୁଆ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଅଧ୍ୟାପକ ବନମାଳି ବେହେରା ଅତିଥି ପରଚୟ ଦେଇଥିବା ବେଳେ ଅଧ୍ୟାପକ ବିରୂପାକ୍ଷ ତ୍ରିପାଠୀ ଧନ୍ୟବାଦ ଦେଇଥଲେ, ଦିତୀୟ ଅଧିବେଶନ ରେ ଡ଼. ବନମାଳି ପାଣିଗ୍ରାହୀ ସଭାପତି ତ୍ୱ କରିଥିଲେ l ମୁଖ୍ୟ ଅତିଥିଭାବେ ଡ଼. କୃଷ୍ଣ ମହାପାତ୍ର, ସମ୍ମାନିତ ଅତିଥିଭାବେ ଡ଼ ରମେଶ ପ୍ରଧାନ, ପ୍ରବନ୍ଧ ପାଠକ ଭାବେ ଡ଼ ନଳିନୀ ପାଣିଗ୍ରାହୀ, ଡ଼ ଅଶୋକ ପଣ୍ଡା, ଡ଼. ବିଭୁତି ଆଚାର୍ଯ୍ୟ, ଡ଼ ସଞ୍ଜୟ ପଣ୍ଡା, ଡ଼. ବିଶ୍ୱେଶ୍ୱର ଆଚାର୍ଯ୍ୟ ଅଧ୍ୟାପିକା ଜ୍ୟୋତିର୍ମୟୀ କଂହର, ଛାତ୍ରୀ ଝରଣା ଦିଗାଲ ପ୍ରବନ୍ଧ ପାଠ କରିଥିଲେ l ଅଧ୍ୟାପିକା ନିବେଦିତା ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ l କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା,କର୍ମଚାରୀ ପରିଚାଳନା ରେ ସହଯୋଗ କରିଥିଲେ l

ad-week
Leave A Reply

Your email address will not be published.