ଜାତୀୟ ପ୍ରେସ ଦିବସ ପାଳିତ…

add-all

କାଲିମେଳା, ତା ୧୬/୧୧ : ମାଲକାନଗିରି ଜିଲ୍ଲା ଏମଭି ୭୯ ଠାରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଏମଭି ୭୯ ସ୍ଥିତ ଡଃ ଶ୍ଯାମା ପ୍ରସାଦ ଯୁକ୍ତ ଦୁଇ କନିଷ୍ଠ ମହାବିଦ୍ୟାଳୟ ପରିସରରେ ଏକ ସ୍ଵତନ୍ତ୍ର ସଭା ଅନୁଷ୍ଠିତ କରାଯାଇ ଜାତୀୟ ଗଣମାଧ୍ୟମ ଦିବସ ପାଳନ ଓ ସମ୍ପ୍ରତି ପରିସ୍ତିତିରେ ସାମ୍ବାଦିକଙ୍କ ଅବସ୍ଥା ବାବଦରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି । ସ୍ଵାଧୀନତା ସଂଗ୍ରାମରେ ଗଣମାଧ୍ୟମର ତ୍ୟାଗ ଓ ଭୂମିକା ବାବଦରେ କୁହାଯିବା ସହ ସମାଜ ଗଠନରେ ଦାୟିତ୍ଵ ବାବଦରେ ମତ ପ୍ରଦାନ କରାଯାଇଥିଲା। ଏହି ଅବସରରେ ଉତ୍କଳ ସାମ୍ବାଦିକ ସଂଘର କାଲିମେଳା ଶାଖା ସଭାପତି ରାଜେଶ କୁମାର ଓଝା, ସମ୍ପାଦକ ରବି ଶଙ୍କର ବାରିକ, ଜିଲ୍ଲା କାର୍ଯ୍ୟକାରୀ ସଦସ୍ୟ ବିଦ୍ୟୁତ ବୈରାଗୀ, କୋଷାଧ୍ୟକ୍ଷ ସୌରଭ ମଣ୍ଡଳ, ବରିଷ୍ଠ ସାମ୍ବାଦିକ ଶିବବ୍ରତ ଦାସ, ସତ୍ୟନାରାୟଣ ସୁବୁଦ୍ଧି,ପ୍ରଶାନ୍ତ କୁମାର ସାହୁ, ପ୍ରୋଭାତ୍ ସହା, ଆଜାରୁଦ୍ଦିନ୍, ସମେତ କାଲିମେଳା ଓ ପଡିଆ ବ୍ଲକର ବିଭିନ୍ନ ସଦସ୍ୟ ମାନେ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.