କେଉଟସାହିରେ କାର୍ତ୍ତିକେଶ୍ଵର ପୂଜା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ

add-all

ହିଞ୍ଜିଳିକାଟୁ (୧୭/୧୧) : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ କେଉଟସାହିରେ କାର୍ତ୍ତିକେଶ୍ଵର ପୂଜା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି। ଏଥିରେ ପୂଜକ ଭାବେ କିଶୋର ଚନ୍ଦ୍ର ପାଠୀ ପୂଜାର୍ଚ୍ଚନା କରିବା ପରେ ଶୁଭ କଳସ ସ୍ଥାପନ କରାଯାଇଥିଲା।
ଏଥିରେ କମିଟି ପକ୍ଷରୁ ମଇନା ବେହେରା, ହିମାଂଶୁ ଵେହେରା, ସ୍ବାଧିନ ବେହେରା, ଘନଶ୍ୟାମ ବେହେରା, ଶିଶିର ପାତ୍ର, ଲକ୍ଷ୍ମଣ ବେହେରା,ବୁଲୁ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଆସନ୍ତା ୨୧ ତାରିଖ ମଙ୍ଗଳବାର ଠାରୁ ପୂଜା ଆରମ୍ଭ ହୋଈ ରାସ ପୂର୍ଣ୍ଣିମା ପର୍ଯ୍ୟନ୍ତ ପୂଜା ଅନୁଷ୍ଠିତ ହେଵ ବୋଲି ପୂଜା କମିଟି ପକ୍ଷରୁ ସୁଚନା ମିଳିଛି।

ad-week
Leave A Reply

Your email address will not be published.