ରାଜ୍ୟସ୍ତରୀୟ ‘ସୁରଭି’ କୁଇଜ୍‌ ପ୍ରତିଯୋଗିତାରେ ସମୀକ୍ଷା ପୁରସ୍କୃତ…

add-all

ଫୁଲବାଣୀ (୧୭/୧୧) : ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ‘ସୁରଭି’ କୁଇଜ୍‌ କାର୍ଯ୍ୟକ୍ରମ ରେ ଫୁଲବାଣୀ ସଞ୍ଜୟ ସ୍ମୃତି ମହିଳା ମହାବିଦ୍ୟାଳୟର ଏକାଦଶ ଶ୍ରେଣୀର ଛାତ୍ରୀ ସମୀକ୍ଷା ପ୍ରଧାନ ଦ୍ବିତୀୟ ସ୍ଥାନ ହାସଲ କରି କନ୍ଧମାଳ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ସୂଚନାଯୋଗ୍ୟ, ଜିଲ୍ଲା ସ୍ତରରେ ଆୟୋଜିତ କୁଇଜ୍‌ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିଥିବା ରାଜ୍ୟର ୩୦ ଗୋଟି ଜିଲ୍ଲାରୁ ପ୍ରଥମ ୩୦ ଜଣ ପ୍ରତିଯୋଗୀଙ୍କୁ ନେଇ ଭୁବନେଶ୍ବରଠାରେ ରାଜ୍ୟସ୍ତରୀୟ କୁଇଜ୍‌ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ କନ୍ଧମାଳ ଜିଲ୍ଲାରୁ ପ୍ରତିନିଧିତ୍ବ କରିଥିବା ସମୀକ୍ଷା ପ୍ରଧାନ ରାଜ୍ୟସ୍ତରରେ ଦ୍ବିତୀୟ ପୁରସ୍କୃତ ହୋଇଛନ୍ତି। ସୂଚନାଯୋଗ୍ୟ, କ୍ଲଷ୍ଟର ସ୍ତରୀୟ, ବ୍ଲକ ସ୍ତରୀୟ ଏବଂ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ମିଲେଟ୍‌ ଓ କଳା ଉତ୍ସବର କୁଇଜ୍‌ ପ୍ରତିଯୋଗିତାରେ ଫୁଲବାଣୀ ସଞ୍ଜୟ ସ୍ମୃତି ମହିଳା ମହାବିଦ୍ୟାଳୟର ଏକାଦଶ ଶ୍ରେଣୀର ଛାତ୍ରୀ ସମୀକ୍ଷା ପ୍ରଧାନ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟସ୍ତରକୁ ମନୋନୀତ ହୋଇଥିଲେ। ଛାତ୍ରୀ ସମୀକ୍ଷାଙ୍କ ଏହି ସଫଳତା କଲେଜ ପାଇଁ ଗର୍ବର ବିଷୟ ବୋଲି ସଞ୍ଜୟ ସ୍ମୃତି ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ତନୁଜା ସିଂହ କହିଛନ୍ତି। ସମୀକ୍ଷାଙ୍କ ଏହି ସଫଳତାରେ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକାମାନେ ଖୁସି ପ୍ରକାଶ କରିଛନ୍ତି। ଅନ୍ୟପଟେ, ସମୀକ୍ଷାଙ୍କ ଏହି ସଫଳତାରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ ଷଡ଼ଙ୍ଗୀ ଖୁସି ପ୍ରକାଶ କରିଛନ୍ତି। କନ୍ଧମାଳ ଜିଲ୍ଲା ପାଇଁ ଏହା ଖୁସିର ବିଷୟ ବୋଲି ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି।

ad-week
Leave A Reply

Your email address will not be published.