ଭୋଟ ମତଦାନ ସଚେତନତା ଅଭିଯାନ ଅନୁଷ୍ଠିତ

add-all

ଫୁଲବାଣୀ :ସ୍ଥାନୀୟ ସଞ୍ଜୟ ସ୍ମୃତି ସରକାରୀ ମହିଳା ମହାବିଦ୍ୟାଳୟରେ ଶୁକ୍ରବାର ଦିନ “ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ” ଆନୁକୂଲ୍ୟରେ ସାମାଜିକ କାର୍ଯ୍ୟ ଅଧୀନରେ ‘ଭୋଟ ମତଦାନ ସଚେତନତା ଅଭିଯାନ’ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କନ୍ଧମାଳର ଉପ ଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ ସମେତ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ତନୁଜା ସିଂହ, କାର୍ଯ୍ୟକ୍ରମ ସମ୍ପାଦକ ଅଧ୍ୟାପକ ସୁରେଶ ଚନ୍ଦ୍ର ବେହେରା,ଅଧ୍ୟାପକ ଧନଞ୍ଜୟ ପ୍ରଧାନ, ଅଧ୍ୟାପକ କୁଶ ନାୟକ ଏବଂ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଉପସ୍ଥିତ ରହିଥିଲେ। ଏହି କାର୍ଯ୍ୟକ୍ରମରେ ଭୋଟ ପରିଚୟ ପତ୍ରର ଗୁରୁତ୍ବ ଓ ସରକାର ଗଠନରେ ପ୍ରତ୍ୟେକ ନାଗରିକଙ୍କର ଭୂମିକା ଓ ଦାୟିତ୍ୱବୋଧତା ପ୍ରତି ଆଲୋକପାତ କରାଯାଇଥିଲା। ଏଥି ସହିତ ଭୋଟର ତାଲିକାରେ ନାମ ପଞ୍ଜୀକରଣ ନିମିତ୍ତ ଛାତ୍ରୀମାନଙ୍କୁ ପ୍ରୋତ୍ସାହିତ ମଧ୍ୟ କରାଯାଇଥିଲା।ଏହି ଅବସରରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପିକା ଓ ଅଧ୍ୟାପକଙ୍କ ସହିତ ଛାତ୍ରୀମାନେ ଫୁଲବାଣୀ ସହର ପରିକ୍ରମା କରି ସାଧରଣ ଜନତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥିଲେ।

ad-week
Leave A Reply

Your email address will not be published.