ପ୍ରଚାର ବେଳେ ଚେତାଶୂନ୍ୟ ହେଲେ ମୁଖ୍ୟମନ୍ତ୍ରୀଙ୍କ ଝିଅ…

add-all

183798-kslzctycjr-1670045254

ହାଇଦ୍ରାବାଦ : ପ୍ରଚାର ବେଳେ ଚେତାଶୂନ୍ୟ ହେଲେ ମୁଖ୍ୟମନ୍ତ୍ରୀଙ୍କ ଝିଅ। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ କେ. କବିତା ପ୍ରଚାର ମୈଦାନରେ ଚେତାଶୂନ୍ୟ ହୋଇ ପଡିଛନ୍ତି। ତାଙ୍କୁ ତରନ୍ତୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଆଗକୁ ତେଲେଙ୍ଗନା ବିଧାନସଭା ନିର୍ବାଚନ। ଏଥିପାଇଁ ସବୁ ଦଳ ଜୋରସୋର ପ୍ରଚାର ପ୍ରସାରରେ ଲାଗିଛନ୍ତି। ସମସ୍ତ ପ୍ରାର୍ଥୀ ଓ ହେଭିଓ୍ୱେଟ୍‌ ନେତା ମୈଦାନକୁ ଓହ୍ଲାଇ ଘର ଘର ବୁଲି ପ୍ରଚାର ପ୍ରସାର କରୁଛନ୍ତି। ବିଆର୍‌ଏସ୍‌ ଏମ୍‌ଏଲ୍‌ସିର ନେତ୍ରୀ କେ.କବିତା ମଧ୍ୟ ଏଥିରୁ ବାଦ୍‌ ପଡିନାହାନ୍ତି। ଶନିବାର ତେଲେଙ୍ଗାନର ଇତିକ୍ୟାଲ୍‌ ଅଞ୍ଚଳରେ କେସିଆର୍‌ଙ୍କ ଝିଅ କେ.କବିତା ଏକ ରୋଡ୍‌ ଶୋ’ କରିଥିଲେ। ବସ୍‌ର ବାଲକୋନିରେ ଠିଆ ହୋଇ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରଚାର ଚଳାଇଥିଲେ। ତେବେ ଏତିକି ବେଳେ ହଠାତ୍‌ ତାଙ୍କ ସ୍ୱାସ୍ଥ୍ୟାବସ୍ତା ବିଗିଡି ଯାଇଥିଲା।
କେ.କବିତା ପ୍ରଚାର କରିବା ସମୟରେ ହିଁ ଚେତାଶୂନନ୍ୟ ହୋଇ ତଳେ ପଡିଯାଇଥିଲେ। ପରେ ତୁରନ୍ତ ତାଙ୍କୁ ତାଙ୍କ କର୍ମୀମାନେ ହସ୍ପିଟାଲକୁ ନେଇଯାଇଥିଲା। ସେଠାରେ ଡିହାଇଡ୍ରେସନ୍‌ ଯୋଗୁ ସେ ଅଚେତ ହୋଇପଡିଥିବା ଡାକ୍ତର କହିଛନ୍ତି। ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର ଆସିଛି। ସେ ଟ୍ୱିଟ୍‌ ଜରିଆରେ ସୁସ୍ଥ ଥିବା ନେଇ ମଧ୍ୟ ସୂଚନା ଦେଇଛନ୍ତି।
୧୧୯ ଆସନ ବିଶିଷ୍ଟ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ନଭେମ୍ବର ୩୦ ଭୋଟ୍ ଗ୍ରହଣ କରାଯିବ। ଡିସେମ୍ବର 3 ରେ ଭୋଟ୍ ଗଣନା ହେବ। ଏଥିର ନିର୍ବାଚନରେ ତେଲେଙ୍ଗାନା ବିଆରଏସ, କଂଗ୍ରେସ ଏବଂ ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ।

ad-week
Leave A Reply

Your email address will not be published.