ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଭାଜପା ପକ୍ଷରୁ ତିଲେଇବଣି ବ୍ଲକ କାର୍ଯ୍ୟାଳୟ ଘେରାଉ…

add-all

ଦେବଗଡ଼:ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାର ବିରୁଦ୍ଧରେ ନଭେମ୍ବର ୧୪ ତାରିଖରୁ ବିଜେପି ପକ୍ଷରୁ ସମଗ୍ର ରାଜ୍ୟରେ ଚାଲିଥିବା ବ୍ଲକ, ଏନ୍‌ଏସି ଓ ପୌର ପରିଷଦ କାର୍ଯ୍ୟାଳୟ ଘେରାଉ କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଯାଇଛି । ଅନ୍ତିମ ଦିବସରେ ଦେବଗଡ ଜିଲାର ତିଲେଇବଣି ବ୍ଲକ ଘେରାଉ କରାଯିବା ସହ ମହା ମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ତିଲେଇବଣି ବିଡିଓଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଦେବଗଡ ଜିଲା ଭାଜପା ସଭାପତି ଅରୁଣ କୁମାର ସାହୁ ଓ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ନେତୃତ୍ୱରେ ଶହଶହ ସଂଖ୍ୟାରେ ଭାଜପା ନେତା, କର୍ମୀ ହାତରେ ପ୍ଲାକାର୍ଡ ଓ ଦଳୀୟ ପତାକା ଧରି ତିଲୋଇବଣୀ ଖେଳ ପଡିଆରୁ ଏକ ଶୋଭାଯାତ୍ରାରେ ବାହାରି ତିଲେଇବଣି ବ୍ଲକ କାର୍ଯ୍ୟାଳୟରେ ପହଂଚିଥିଲେ । ସେଠାରେ ସୁଗୁଡା ମଣ୍ଡଳର ଭାଜପା ସଭାପତି ଯୋଗେଶ ପ୍ରଧାନଙ୍କ ପରିଚାଳନାରେ ଆୟୋଜିତ ପ୍ରତିବାଦ ସଭାରେ ଉପସ୍ଥିତ ଭାଜପା ନେତା ମାନେ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ରାସନକାର୍ଡ ସମେତ ବିଭିନ୍ନ ଯୋଜନାରେ ହେଉଥିବା ଦୂର୍ନୀତି ଓ ଅନିୟମିତତା ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରିବାସହ ମହା ମହିମ ରାଜ୍ୟ ପାଳଙ୍କ ଉଦ୍ଦେଶ୍ୟରେ ତିଲେଇବଣି ବ୍ଲକର ବିଡିଓଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ଆଜିର ଏହି ଘେରାଉ ଓ ବିକ୍ଷୋଭ କାର୍ଯ୍ୟକ୍ରମରେ ତିଲେଇବଣି ବ୍ଲକ ଅଧ୍ୟକ୍ଷା ବୃନ୍ଦାବତୀ ଭୋଇ, ଉପାଧ୍ୟକ୍ଷା ଆରତୀ ପ୍ରଧାନ, ଦେବଗଡ ପୌର ପରିଷଦ ଉପାଧ୍ୟକ୍ଷ ପ୍ରଜିତ କୁମାର ଭୋଜ,ଜିଲା ଭାଜପା ଉପସଭାପତି ସତ୍ୟ ନାରାୟଣ ପାଣି, ସାଧାରଣ ସମ୍ପାଦକ ରଂଜିତ କୁମାର ପଟେଲ ,ଅକାଲୁ ଧଳ,ଫକୀର ମୋହନ ପ୍ରଧାନ, ସୁଗୁଡା ମଣ୍ଡଳ ବିଜେପି ଭାଜପା ବିରଂଚି ନାରାୟଣ ନନ୍ଦ, କାଉନଶିଲର ସରୋଜିନୀ ମୁଣ୍ଡା, ଈତିଶ୍ରୀ ମିଶ୍ର, ମାଧବୀ ଦେବୀ, ପ୍ରୀତି ପରିମିତା ବେହେରା, ଭୋଳେଶ୍ୱର ପ୍ରଧାନ, ବିରେନ କୁମାର ନାୟକ ଓ ରାଜୁ ମେହେରଙ୍କ ସମେତ ବହୁ ଭାଜପା ନେତା ଓ କର୍ମୀ ଅଂଶଗ୍ରହଣ କରିଥିଲେ ।

ad-week
Leave A Reply

Your email address will not be published.