ଘରେଥିବା ଜାଳେଣି କାଠ ଗଦାରୁ ୧୨ଫୁଟର ଅହିରାଜକୁ ଉଦ୍ଧାର କଲା ବନଵିଭାଗ…

add-all

ରାଜନଗର -19.11.023କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ କୃଷ୍ଣନଗର ପଞ୍ଚାୟତ ପିଞ୍ଛାପାଟିଆ ଗ୍ରାମର ମାଧବ ମଣ୍ଡଳ ଜାଳେଣି ପାଇଁ ଗୋଟିଏ ଘରେ କାଠ କୁଟା ରଖିଥିଲେ। କାଠ ପାଇଁ ଯିବାରୁ ଗୋଟିଏ ଵଡ ସାପ ଦେଖି ଡରି ପଳାଇ ଆସିଥିଲେ ଏବଂ ଵନଵିଭାଗକୁ ଖବର ଦେଇଥିଲେ। ଖବର ପାଇ କନିକା ରେଞ୍ଜର ଶ୍ରୀ ମାନସ ରଞ୍ଜନ ଦାସଙ୍କ ନିର୍ଦ୍ଦେଶରେ ଵନ କର୍ମଚାରୀ ଶ୍ରୀ ଯଶୋବନ୍ତ ଵେହେରା, ସୁନିଲ ରାଉତରାୟ, ଚନ୍ଦ୍ରମଣି ପରିଡା, ସଞ୍ଜୟ ଦଳେଇ, ଅଜୟ ଦଳେଇ, ନିର୍ମଳ ଦଳେଇ ଓ ଵିପିନି ଵିହାରି ସେଠି ଘଟଣା ସ୍ଥଳରେ ପହଁଞ୍ଚି ଜାଲ ସାହାଯ୍ୟରେ ୧୨ଫୁଟର ଅହିରାଜ ସାପକୁ ଧରି ଭିତର କନିକା ଜାତୀୟ ଉଦ୍ୟାନରେ ଛଡାଯାଇଥିବା ସୂଚନା ମିଳିଛି।

ad-week
Leave A Reply

Your email address will not be published.