ଏସ୍‌ୟୁଜେର ସୁନ୍ଦରଗଡ଼ ଜିଲ୍ଲା ଶାଖାର କମିଟି ଗଠିତ

add-all

ସାମ୍ବାଦିକ ମାନଙ୍କ ସୁରକ୍ଷା ଓ ସାମ୍ବାଦିକମାନଙ୍କ ସମସ୍ତ ସୁବ୍ୟବସ୍ଥା ଦିଗରେ ଧ୍ୟାନ ଦିଆଯିବ

ରାଉରକେଲା -୧୯/୧୧ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ବିଜୁ କଲ୍ୟାଣ ମଣ୍ଡପଠାରେ ରବିବାର ଦିନ ରାଜ୍ୟ ସାମ୍ବାଦିକ ସଂଘ (ଏସୟୁଜେ)ର ଆହ୍ବାନ କ୍ରମେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ରାଜ୍ୟ ସାମ୍ବାଦିକ ସଂଘର ସଭାପତି କୈଳାସ ଚନ୍ଦ୍ର ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଜଣେ ସାମ୍ବାଦିକ ସର୍ବଦା ଅସହାୟ ଏଣୁ ରାଜ୍ୟ ସାମ୍ବାଦିକ ସଂଘ ସର୍ବଦା ସାମ୍ବାଦିକମାନଙ୍କ ସୁରକ୍ଷା, ସହାୟତା ଓ ସେବାର କେନ୍ଦ୍ରବିନ୍ଦୁ ବୋଲି ବକ୍ତବ୍ୟ ମାଧ୍ୟମରେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସମ୍ପାଦକ ତଥା ସୁନ୍ଦରଗଡ ଜିଲ୍ଲା ପର୍ଯ୍ୟବେକ୍ଷକ ଶଶାଙ୍କ ଶେଖର ଝଙ୍କାର, ରାଜ୍ୟ ସାଧାରଣ ସମ୍ପାଦକ ହେମାଙ୍ଗ ପ୍ରସାଦ ରାଉଳ, ରାଜ୍ୟ ଯୋଗାଯୋଗ ନିର୍ବାହୀ ତଥା ସୁନ୍ଦରଗଡ ଜିଲ୍ଲା ସାଙ୍ଗଠନିକ ପର୍ଯ୍ୟବେକ୍ଷକ ଶଶି ଭୂଷଣ ଷଡ଼ଙ୍ଗୀ ଓ ରାଜଗାଙ୍ଗପୁର ପୌରପାଳିକାର ଉପାଧ୍ୟକ୍ଷ ଏମ.ଡି ଇରଫାନ ପ୍ରମୁଖ ଅତିଥି ଓ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରାଜ୍ୟ ସାମ୍ବାଦିକ ସଂଘର ଗଠନ ଓ ଉଦେଶ୍ୟ ଉପରେ ଉପସ୍ଥିତ ଖବରଦାତାମାନଙ୍କୁ ବିସ୍ତୃତ ଭାବେ ମତବ୍ୟକ୍ତ କରିଥିଲେ।

ଏ ନେଇ ରାଜ୍ୟ ସାମ୍ବାଦିକ ସଂଘର ସୁନ୍ଦରଗଡ଼ ଶାଖାର କର୍ମକର୍ତ୍ତା ଚୟନ କରାଯାଇଥିଲା। ସର୍ବସମ୍ମତି କ୍ରମେ ସଭାପତି ଭାବେ ବରିଷ୍ଠ ଖବରଦାତା ତଥା ସମାଜସେବୀ ପଙ୍କଜ କୁମାର ସାହୁ ମନୋନୀତ ହୋଇଥିବା ବେଳେ ଉପସଭାପତି ଭାବେ ନିରଞ୍ଜନ ମହାରଣା, ସାଧାରଣ ସମ୍ପାଦକ ଉପେନ୍ଦ୍ର ବଘାର, ସହସମ୍ପାଦକ ଭାବେ ପ୍ରତାପ କୁମାର ରାଉଲ ଓ କୋଷାଧ୍ୟକ୍ଷ ଭାବେ ପ୍ରଫୁଲ୍ଲ କୁମାର ସାହୁଙ୍କୁ ମନୋନୀତ କରାଗଲା। ନୂତନ ଭାବେ ମନୋନୀତ ହୋଇଥିବା କର୍ମକର୍ତ୍ତାଙ୍କୁ ରାଜ୍ୟ ସଭାପତି ସମେତ ଉପସ୍ଥିତ ଖବରଦାତାମାନେ ପୁଷ୍ପଗୁଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ବ୍ଳକରୁ ପ୍ରାୟ ଶତାଧିକ ଖବରଦାତାମାନେ ଯୋଗଦେଇ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅବଦୁଲ ସୋହେବ ଆଲମ, ରଞ୍ଜିତ କୁମାର ବୋଷ, ମହେଶ୍ୱର ସିଂ, ସନ୍ୟାସୀ ସାହୁ,କୁଲମଣି ପ୍ରଧାନ, ତେଜରାଜ ଗଡତିଆ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ପ୍ରଶାନ୍ତ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ।

ad-week
Leave A Reply

Your email address will not be published.