୧୫ ତମ ଯୁବ ଆଦିବାସୀ ଭାବ ବିନିମୟ କାର୍ଯ୍ୟକ୍ରମ ପାଇଁ କନ୍ଧମାଳ ଦଳର ଚେନ୍ନାଇ ଅଭିମୁଖେ ଯାତ୍ରା

add-all

ଫୁଲବାଣୀ : ଫୁଲବାଣୀ ସହରର ସ୍ଥାନୀୟ ପି ଏ ଆଇ ଟି ଡି ଏ ସଭା ଗୃହ ଫୁଲବାଣୀ ଠାରେ ନେହରୁ ୟୁବ କେନ୍ଦ୍ର ଫୁଲବାଣୀ ତରଫରୁ ୧୫ ତମ ଯୁବ ଆଦିବାସୀ ଭାବ ବିନିମୟ କାର୍ଯ୍ୟକ୍ରମ ପାଇଁ କନ୍ଧମାଳ ଦଳ ଚେନ୍ନାଇ ଅଭିମୁଖେ ଯାତ୍ରା କରୁଛନ୍ତି l ଅନୁଷ୍ଠିତ କାର୍ଯକ୍ରମ କୁ ମୂଖ୍ୟ ଅତିଥି ଭାବରେ ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ସି ଆର୍ ପି ଏଫ
ଇନିସପେକଟର ଜିତେନ୍ଦ୍ର କୁମାର ବ୍ରମନ୍, ଜିଲ୍ଲା କ୍ରୀଡ଼ା ଅଧିକାରୀ ସମୀର କୁମାର ନାୟକ, ସ୍ଵେଚ୍ଛାସେବୀ ଅନୁଷ୍ଠାନ ସ୍ଵlତି ର ସମ୍ପାଦକ ଇଁ ହରିଶଙ୍କର ରାଉତ ଏବଂ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ର ସହକର୍ମୀ ସତ୍ୟବାନ୍ ଦଳବେହେରା ପ୍ରମୁଖ ଯୋଗ ଦେଇ ଅନୁଷ୍ଠିତ କାର୍ଯକ୍ରମ ବିଷୟରେ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ l ଚେନ୍ନାଇ ଠାରେ ଅନୁଷ୍ଠିତ ହେଉଥିବା ଏହି କାର୍ଯକ୍ରମ ପାଇଁ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକର ୨୦ ଜଣ ଆଦିବାସୀ ଯୁବକ ଯୁବତୀ ଓ ଯାତ୍ରା କରୁଛନ୍ତି l ତା ସହିତ ଏସୋକ୍ଟ ଭାବରେ ୧୨୭ ସି ର୍ ପି ଏଫ ବାଟାଲିୟନ ବାଲିଗୁଡ଼ାର ଜଳନ୍ଧର ପତାସାଇ, ମିନlସି ସାହୁ ଯାତ୍ରା କରୁଛନ୍ତି l ଏହି କାର୍ଯ୍ୟକ୍ରମ ଟି ତା 22/11/2023 ରିଖ ଠାରୁ 28/11/2023 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ l ମୂଖ୍ୟ ଅତିଥି ଅନୁଷ୍ଠିତ କାର୍ଯକ୍ରମର ମୁଖ୍ୟ ଲକ୍ଷ୍ୟ ଉଦ୍ଦେଶ୍ୟ ବିଷୟରେ ଉପସ୍ଥିତ ଥିବା ଭାଇ ଓ ଭଉଣୀ ମାନଙ୍କୁ ଅବଗତ କରିଥିଲେ l ବୈଠକରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ର ସହକର୍ମୀ ସତ୍ୟବାନ୍ ଦଳବେହେରା ମୂଖ୍ୟ ଅତିଥି ସମ୍ମାନିତ ଅତିଥି ଏବଂ ଉପସ୍ଥିତ ଥିବା ପ୍ରତିଯୋଗୀ ମାନଙ୍କୁ ସ୍ଵାଗତ କରିଥିବା ବେଳେ ସ୍ଵେଚ୍ଛାସେବୀ ଅନୁଷ୍ଠାନ ର ସହକର୍ମୀ ପ୍ରଦୀପ ସ୍ୱାଇଁ l ଧନ୍ୟବାଦ୍ ଅର୍ପଣ କରିଥିଲେ l

ad-week
Leave A Reply

Your email address will not be published.