ରାଜ୍ୟ ସ୍ତରୀୟ ଚିଲ୍ଡରେନସ ସାଇନ୍ସ କଂଗ୍ରେସ ଉଦଯାପିତ…

ଦେବଗଡ଼ ଛାତ୍ରଙ୍କ ପ୍ରକଳ୍ପ ଜାତୀୟ ସ୍ତର ପ୍ରତିଯୋଗିତା ପାଇଁ ମନୋନୀତ…

add-all


ଦେବଗଡ଼,୨୦|୧୧: ଭୁବନେଶ୍ୱର ସ୍ଥିତ ଡୁନ ଇଂଟର ନ୍ୟାସନାଲ ସ୍କୁଲରେ ଗତକାଲି ଠାରୁ ଆରମ୍ଭ ହୋଇଥିବା ୩୧ ତମ ଷ୍ଟେଟ୍ ଲେଭେଲ୍ ଚିଲ୍ଡରେନସ ସାଇନ୍ସ କଂଗ୍ରେସ ରବିବାର ଉଦଯାପିତ ହୋଇଥିବା ବେଳେ ସେଠାରେ ସ୍ଥାନ ପାଇଥିବା ଦେବଗଡ ସ୍ଥିତ ନୋଟରେ ଡେମ୍ ଏକାଡେମୀର ଛାତ୍ର ମାନଙ୍କ ଦ୍ୱାରା ପ୍ରସ୍ତୁତ ପ୍ରକଳ୍ପ ‘ହାଇବ୍ରିଡ ପାୱାର ପ୍ଲାଂଟ ପ୍ରୋଜେକ୍ଟ’ ଜାତୀୟ ସ୍ତର ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛି ।ଦେବଗଡ ନୋଟରେ ଡେମ୍ ଏକାଡେମୀର ବିଜ୍ଞାନ ଶିକ୍ଷକ ମନୋଜ କୁମାର ପ୍ରଧାନଙ୍କ ତତ୍ୱାବଧାନରେ ଛାତ୍ର ରାହୁଲ ଖାକା ଓ ଅଶ୍ୱିନୀ ଡୁଙ୍ଗଡୁଙ୍ଗ ଉପରୋକ୍ତ ପ୍ରକଳ୍ପ ପ୍ରସ୍ତୁତ କରିଥିଲେ ଓ ଏହା ଜାତୀୟ ସ୍ତର ସ୍ତର ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଜଣାପଡିଛି । ଛାତ୍ର ମାନଙ୍କର ଏହିସ ଫଳତା ପାଇଁ ସେମାନଙ୍କୁ ଏନ.ସି.ଏସ୍‌.ର ଜିଲା ଆୟୋଜକ ନକୁଳ ଚନ୍ଦ୍ର ମହାନ୍ତ , ଚିନ୍ମୟ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ରଞ୍ଜନ କୁମାର ପ୍ରଧାନ ଓ ନୋଟରେ ଡେମ୍ ଏକାଡେମୀର ଅଧ୍ୟକ୍ଷା ସିଷ୍ଟର ସୁସ୍ମିତା ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି । ଅନୁରୂପ ଭାବେ ଜିଲାର ବିଭିନ୍ନ ହହଲରୁ ସେମାନଙ୍କୁ ଶୁଭେଚ୍ଚା ଜ୍ଞାପନ କରାଯାଇଛି ।

ad-week
Leave A Reply

Your email address will not be published.