ବି.ଏସ୍‌.ଏଫ୍‌. ତରଫରୁ ୧୫ତମ ଯୁବବିନିମୟ କାର୍ଯ୍ୟକ୍ରମ ପାଇଁ ଆଦିବାସୀ ଯୁବକ ଯୁବତୀଙ୍କ ବିଶାଖାପାଟଣା ଗସ୍ତ

add-all

ମାଲକାନଗିରି (୨୦।୧୧) : ମାଲକାନଗିରି ଜିଲ୍ଲା ବି.ଏସ୍‌.ଏଫ୍‌. ତରଫରୁ ଆଦିବାସୀ ଯୁବକ ଯୁବତୀ ମାନେ ତାମିଲନାଡୁର ଚେନ୍ନାଇ ଗସ୍ତ କରିଛନ୍ତିା ବି.ଏସ୍‌.ଏଫ୍‌. ଡିଆଇଜି ସୌଲେନ୍ଦ୍ର କୁମାର ସିନ୍ହା ଆଜି ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ଯନ୍ତ୍ରୀ, ଘନବେଡା, ଅଣ୍ଡ୍ରାପାଲ୍ଲୀ, ଜୋଡାମ୍ବ ପ୍ରଭୁତି ଗ୍ରାମ ଗୁଡିକରେ ବସବାସ କରୁଥିବା ୧୦ଜଣ ଯୁବତୀ ଓ ୧୦ ଜଣ ଯୁବକ ମୋଟ ୨୦ ଜଣ ଯୁବକ ଯୁବତୀଙ୍କୁ ଚେନ୍ନାଇ ପଠାଇଛନ୍ତିା ଏହି ଯୁବପୀଢି ଆସନ୍ତା ୨୨ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଚେନ୍ନାଇର ବିଭିନ୍ନ ପର୍ଯ୍ୟଟନ ସ୍ଥଳ ଭ୍ରମଣ କରିବା ସହ ସେଠାକାର ରାଜନୈତିକ ନେତା, ବିଭିନ୍ନ ମନ୍ତ୍ରୀ, ସିନେ ତାରକା, ଟିଭିତାରକା, ପୌରାଣିକ ସ୍ଥଳ ଇତ୍ୟାଦି ଭ୍ରମଣ କରିବୋ ଏହି କାର୍ଯ୍ୟକ୍ରମରେ ବି.ଏସ୍‌.ଏଫ୍‌. ଦ୍ୱିତୀୟ ବାଟାଲିୟନ କମାଣ୍ଡେଂଟ ବରୁଣେନ୍ଦ୍ର ପ୍ରଦାପ ସିଂ, ସିକନ୍ଦର ସିଂ, ଡେପୁଟି କମାଣ୍ଡେଂଟ ରାଜେଶ କୁମାର, ଶୁଭଂଜନ ମହାପାତ୍ର, ନେହେରୁ ଯୁବ ସଂଘର ସନ୍ତୋଷ ପାତ୍ର ପ୍ରମୁଖ ଉପସ୍ଥିତ ଥିଲୋ ତେବେ ପୂର୍ବରୁ ବି.ଏସ୍‌.ଏଫତରଫରୁ ୩୨୦ ଜଣ ଯୁବ ପୀଢି ଦେଶର ବିଭିନ୍ନ ଅଂଚଳ ତଥା ହରିୟାନାର ପଂଚୁକୁଲା, ଅହମଦାବାଦ, ବେଙ୍ଗୁଲୁର, ଭୋପାଲ, ପୁଡୁଚେରି, ନୁଆଦିଲ୍ଲୀ, ଚଣ୍ଡିଗଡ, କୋଚି, ହାଇଦ୍ରାବାଦ ପ୍ରଭୃତି ରାଜ୍ୟ ଗୁଡିକୁ ଭ୍ରମଣ କରି ଆସିଥିବା ବେଳେ ଆଜି ୨୦ ଜଣ ଯୁବକ ଯୁବତୀ ବିଶାଖାପାଟଣା ଭ୍ରମଣ କରିବାକୁ ଯାଇଛନ୍ତିା ଏହାଦ୍ୱାରା ଗ୍ରାମାଅଞ୍ଚଳରେ ରହୁଥିବା ଯୁବ ପୀଢି ଜ୍ଞାନ ଶକ୍ତୀ ବଢିବା ସହ ଦେଶର ବହୁ ପୌରାଣିକ, ଓ ପର୍ଯ୍ୟଟନ ସ୍ଥଳୀ ଭ୍ରମଣ କରି ଦେଖିପାରିବେ ଏବଂ ଏହାଦ୍ୱାରା ଦେଶରେ କେତେ ପ୍ରକାର ସାଂସ୍କୃତିକ ଦୃଶ୍ୟ, ଗୁଡିକ ଅଛି ତାହାର ଜ୍ଞାନ ଆରୋହଣ କରିପାରିବେ ବୋଲି ଉପସ୍ଥିତ ଅଧିକାରୀ ମାନେ ମତ ପ୍ରକାସ କରିଥିଲୋ

ad-week
Leave A Reply

Your email address will not be published.