ଆସନ୍ତାକାଲିଠୁ ବିଧାନସଭା ଶୀତକାଳୀନ ଅଧିବେଶନ, ଡିସେମ୍ବର ୩୦ ଯାଏ ଚାଲିବ

ass

ଆସନ୍ତାକାଲିଠୁ ବିଧାନସଭା ଶୀତକାଳୀନ ଅଧିବେଶନ। ଡିସେମ୍ବର ୩୦ ଯାଏ ଚାଲିବ ଅଧିବେଶନ। ଏଥିପାଇଁ ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଅଧିବେଶନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି ପୋଲିସ ଡିଜି ଓ ପୋଲିସ କମିଶନର।

ବିଧାନସଭା ଠାରୁ ଲୋୟର ପିଏମଜି,ରବିନ୍ଦ୍ର ମଣ୍ଡପ ଛକ ସଂଲଗ୍ନ ରାସ୍ତାରେ ସିସିଟିଭି ଖଞ୍ଜାଯିବ । ଧାରଣା ସ୍ଥଳରେ ଆବଶ୍ୟକତା ଅନୁସାରେ ଡ୍ରୋନ୍ ବ୍ୟବହାର କରାଯିବ। ବିଧାନସଭାକୁ ସଂଲଗ୍ନ କରୁଥିବା ୫ଟି ରାସ୍ତାରେ ଟ୍ରାଫିକ କଟକଣା ରହିବ। ସୁରକ୍ଷା ସମ୍ପର୍କିତ ବୈଠକରେ ଡିଜିଙ୍କ ସହ ଗୁଇନ୍ଦା ନିର୍ଦ୍ଦେଶକ, ପୋଲିସ କମିଶନର, ଗୁଇନ୍ଦା ଡ଼ିଆଇଜି ଓ ଡିସିପି ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.