ଆସନ୍ତା ୨୨ରେ ବିଧାନସଭା ଘେରିବ ବସ୍ ମାଲିକ ସଂଘ…

bus-3

ଭୁବନେଶ୍ବର: ଆସନ୍ତା ୨୨ରେ ବିଧାନସଭା ଘେରିବ ବସ୍ ମାଲିକ ସଂଘ । ଲକ୍ଷ୍ମୀ ବସ୍ ସେବା ଓ ମୋ ବସ୍ ଯୋଜନା ବିରୋଧ କରି ସଂଘ ଘେରାଉ କରିବ । ଦାବି ପୂରଣ ନହେଲେ ବିକଳ୍ପ ବ୍ୟବସ୍ଥା ପାଇଁ ନିଷ୍ପତ୍ତି କରାଯିବ ବୋଲି କହିଛନ୍ତି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ। ବସ୍ ମାଲିକ ସଂଘର ଘେରାଉ ସତ୍ତ୍ବେ ବି ଗାଡି ଚଳାଚଳ କରିବ।

ପ୍ରକାଶଯୋଗ୍ୟ, ଭବାନୀପାଟଣାରେ ବୁଧବାର ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘର ସାଧାରଣ ପରିଷଦ ବୈଠକ ବସିଥିଲା । ଏଥିରେ ଲକ୍ଷ୍ମୀ ବସ୍‌ ଚଳାଚଳ କ୍ଷେତ୍ରରେ ଘରୋଇ ପରିବହନ ପ୍ରତି ଅନ୍ୟାୟ ହୋଇଥିବା ଦର୍ଶାଇ ଅସନ୍ତୋଷ ପ୍ରକାଶ କରାଯାଇଥିଲା। କେବଳ ସହରାଞ୍ଚଳରେ ଚାଲିବାକୁ ଥିବାବେଳେ ତାହା ଅନ୍ୟ ରୁଟ୍‌ରେ ଚଳାଚଳ କରିବାରୁ ଘରୋଇ ସଂସ୍ଥାସବୁ କ୍ଷତି ସହୁଥିବା ଅଭିଯୋଗ ହୋଇଥିଲା।

ତେଣୁ ଲକ୍ଷ୍ମୀ ଯୋଜନାରେ ବ୍ଲକ୍‌ରୁ ଜିଲ୍ଲା ସଦର ମହକୁମାକୁ ବସ୍‌ ଚଳାଚଳ ନ କରିବା, ଯେଉଁ ବ୍ଲକ୍‌ ମହକୁମାରୁ ସହରାଞ୍ଚଳରେ ଥିବା ଏନ୍‌ଏସି ପରିସୀମା ମଧ୍ୟରେ ଥିବା ଏବଂ ସେହି ରୁଟ୍‌ରେ ଘରୋଇ ବସ୍‌ ଚାଲୁଥିବ ତାହା କ୍ଷତିର ଭରଣା କରିବାକୁ ଦାବି ହୋଇଥିଲା । କ୍ଷତିଗ୍ରସ୍ତ ହେଉଥିବା ବସ୍‌ ମାଲିକମାନଙ୍କୁ ଅତିରିକ୍ତ ଏମ୍‌ଭି ଟ୍ୟାକ୍ସ ଛାଡ଼ କରାଯାଉ ବୋଲି ବୈଠକରେ ଦାବି ହୋଇଥିଲା । ଏହି ଦାବି ନେଇ ଆସନ୍ତା ୨୨ ତାରିଖରେ ରାଜଧାନୀରେ ଏକ ବିଶାଳ ସମାବେଶ କରାଯାଇ ରାଜ୍ୟ ସରକାରଙ୍କୁ ସ୍ମାରକପତ୍ର ପ୍ରଦାନ କରାଯିବବୋଲି ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା

ad-week
Leave A Reply

Your email address will not be published.