
ଫୁଲବାଣୀ : ସ୍ଥାନୀୟ ଶ୍ରୀ ମା ନାରାୟଣୀ ମନ୍ଦିର ନିକଟସ୍ଥ ଫୁଲବାଣୀ ମଧୁବୈଶ୍ୟ ସମାଜର ଥିବା ଶ୍ରୀ ଗଣେଶଙ୍କ ମନ୍ଦିର ପ୍ରାଙ୍ଗଣରେ ଘୁମୁସର ତାଲୁକା ମଧୁବୈଶ୍ୟ (ଗୁଡିଆ ) ସମାଜର ମଣ୍ଡଳ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକର ପ୍ରାରମ୍ଭରେ ଘୁମୁସର ମଧୁବୈଶ୍ୟ ଗୁଡିଆ ସମାଜ ର ସମ୍ପାଦକ ରାଜେନ୍ଦ୍ର କୁମାର ସାହୁ ପ୍ରାରମ୍ଭିକ ସୂଚନା ଦେବା ପରେ , ଗତ ବୈଠକର ବିବରଣୀ ପାଠ କରିଥିଲେ l ବୈଠକ ଆଲୋଚନା ପୂର୍ବରୁ ଘୁମୁସର ତାଲୁକା ମଣ୍ଡଳ କର୍ମକର୍ତ୍ତା ଓ ସଦସ୍ୟ ମାନଙ୍କୁ ଆଡମ୍ବର ସହକାରେ ସଭାସ୍ଥଳକୁ ପାଛୋଟି ନିଆଯାଇଥିଲା । ଫୁଲବାଣୀ ମୁଠାର ଶିବରାମ ସାହୁ , ସମାଜର ଯୁବ ସଭାପତି ,ରବିନ୍ଦ୍ର ସାହୁ ,ଶୁଶାନ୍ତ ସାହୁ ପ୍ରମୁଖ ସମସ୍ତ କର୍ମକର୍ତ୍ତା ମାନଙ୍କୁ ସ୍ୱାଗତ,ଜଣାଇ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା l
ଅନୁଷ୍ଠିତ ବୈଠକରେ ଘୁମୁସର ମଣ୍ଡଳର ପ୍ରାୟ ୧୩ ମୁଠା ର ସଭାପତି ସମ୍ଫାଦକଙ୍କ ସମେତ ମଧୁବୈଶ୍ୟ ଗୁଡିଆ ସମାଜର ବହୁ କର୍ମକର୍ତ୍ତା , ଉପଦେଷ୍ଟା ଓ ସଦସ୍ୟ ମାନେ ଯୋଗ ଦେଇଥିଲେ l ନିଖିଳ ଉତ୍କଳ ମଧୁବୈଶ୍ୟ ଗୁଡିଆ ସମାଜର ଉନ୍ନତି , ଏକତା ସଂଗଠନର ସୁଦୃଢ଼ତା ଉପରେ କର୍ମକର୍ତ୍ତା ମାନେ ଗୃରୁତ ଆରୋପ କରିଥିଲେ ।
ସମାଜର ପ୍ରତ୍ୟେକ ମୁଠା ସୁଦୃଢ଼ ହେଲେ ,ସମାଜ ସୁଦୃଢ ହୋଇପାରିବ ବୋଲି ,ବକ୍ତା ମାନେ ମତପ୍ରକାଶ କରିଥିଲେ । ନିଜ ଅଞ୍ଚଳର ଏକତା , ବଜାଇ ରଖିବା ସହ ଭାଇଚାରା ସୃଷ୍ଟି କରିବା ପ୍ରତ୍ୟେକ ସଦସ୍ୟଙ୍କ ପ୍ରଥମ କର୍ତ୍ତବ୍ୟ ହେବା ଉଚିତ ବୋଲି ଉପଦେଷ୍ଟା ମଣ୍ଡଳୀ ମତ ଦେଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ ।ଏହି ବୈଠକ ରେ ଘୁମୁସର ତାଲୁକା ଶାଖାର କେନ୍ଦ୍ରୀୟ ସଭାପତି ନିଳମାଧବ ସାହୁ,ଉପସଭାପତି ସନ୍ତୋଷ କୁମାର ସାହୁ ସମ୍ପାଦକ ରାଜେନ୍ଦ୍ର ସାହୁ,ବଳରାମ ସାହୁ, ପ୍ରମୋଦ ସାହୁ ,ବଡ ବେହେରା ନାରାୟଣ ଖୁଣ୍ଟିଆ ,ଅନ୍ୟତମ ପ୍ରମୁଖ ସଦସ୍ୟ ପୂର୍ଣ୍ଣ ଚନ୍ଦ୍ର ସାହୁ ,ମନୋଜ କୁମାର ସାହୁ ,ପ୍ରମୁଖ ଯୋଗଦେଇ ଥିଲେ ।ଯୁବ ସଭାପତି ରବିନ୍ଦ୍ର କୁମାର ସାହୁ ୧୩ ମୁଠାର କର୍ମକର୍ତ୍ତା ଓ ଫୁଲବାଣୀ ମୁଠାର ସମସ୍ତ ମଧୁବୈଶ୍ୟ ସମାଜର ସଦସ୍ୟ ତଥା ପରିବାର ବର୍ଗଙ୍କୁ ସମସ୍ତଙ୍କ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ l ଯୁବ ନେତା,କପିଳ ସାହୁ, ସନ୍ତୋଷ ସାହୁ ଦାମୋଦର ସାହୁ ସୁଶାନ୍ତ ସାହୁ ଜିତେନ୍ଦ୍ର ସାହୁ,ଅକ୍ଷର ସାହୁ, ସନ୍ୟାସୀ ସାହୁ ଜ୍ୟୋତିଶ୍ରୀ ସାହୁଙ୍କ ସହ ସମସ୍ତ ଯୁବ ଗୋଷ୍ଟି ସକ୍ରିୟ ଭାବେ ସହଯୋଗ କରି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଫୁଲବାଣୀ ମୁଠାର ସମ୍ପାଦକ ବୁଲୁଚାନ୍ଦ ଶାସମଲ ସମସ୍ତ ସହଯୋଗୀ ମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।