ଜିଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଆଜି ଉଦଯାପିତ…

add-all

ଦେବଗଡ଼,୨୦ା୧୧:ଦେବଗଡ ଜିଲା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ବଡବଗିଚା ଠାରେ ଗତକାଲି ଠାରୁ ଆରମ୍ଭ ହୋଇଥିବା ଦୁଇ ଦିନିଆ ଜିଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ସୋମବାର ଉଦଯାପିତ ହୋଇଯାଇଛି । ଆଜି ସଂଧ୍ୟାରେ ଜିଲା ମୂଖ୍ୟ ପ୍ରଣୀ ଚିକିତ୍ସା ଅଧିକାରୀ ଡାକ୍ତର ସତ୍ୟ ରଞ୍ଜନ ରାଉତଙ୍କ ସଭାପତିତ୍ୱ ଓ ପ୍ରଯକ୍ତି ପ୍ରିୟଦର୍ଶୀନୀ ସାହୁଙ୍କ ସଂଯୋଜନାରେ ଆୟୋଜିତ ଉଦଯାପନୀ ଉତ୍ସବରେ ମୂଖ୍ୟ ଅତିଥି ଭାବେ ଦେବଗଡ ଜିଲା ପରିଷଦ ଅଧ୍ୟକ୍ଷ କୌଶିକ କୁମାର ପ୍ରଧାନ, ବରେଣ୍ୟ ଅତିଥି ଭାବେ ଦେବଗଡ ଜିୁଲା ପରିଷଦର ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଧର୍ମାନନ୍ଦ ବେହେରା, ବାରକୋଟ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ପାତ୍ର, ରିଆମାଳ ବ୍ଲକ ଅଧ୍ୟକ୍ଷ ମଧୁସୂଦନ ପ୍ରଧାନ ଓ ମୂଖ୍ୟ ବକ୍ତା ଭାବେ ଭୂବନେଶ୍ୱର ସ୍ଥିତ ଓଡିଶା ଜୈବିକ ଟୀକା ଉତ୍ପାଦନ ପ୍ରତିଷ୍ଠାନର ଯୁଗ୍ମ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ଜେନା ମଂଚାସୀନ ରହି ମତ୍ସ୍ୟ ଓ ପ୍ରାଣୀ ସମ୍ପଦର ଅଭିଭୃଦ୍ଧି ଓ ରାଜ୍ୟର ଚାଷୀଙ୍କ ସମୃଦ୍ଧି ନିମନ୍ତେ ଏହି ମେଳା ଆୟୋଜିତ ହେଉଥିବା ପ୍ରକାଶ କରିବାସହ ଏହି ମେଳା ମାଧ୍ୟମରେ ଚାଷୀ ମାନେ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ସଚେତନ ହେବାସହ ଯୋଜନା ଗୁଡିକର ସୁଯୋଗ ହାସଲ କରି ପାରିବେ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ସଫଳ ମତ୍ସ୍ୟ ଉଦ୍ୟୋଗୀ ବାରକୋଟ ବ୍ଲକ ବଳିତା ଗ୍ରାମର ପଂଚାନନ ସାହୁ, ସଫଳ ମାଛ ଯାଆଁଳ ଉତ୍ପାଦନକାରୀ ରିଆମାଳ ବ୍ଲକ ଲୁଲଙ୍ଗ ଗ୍ରାମ ପଂଚାୟତ ସିମିଳିତା ଗ୍ରାମର ଦିବ୍ୟଜ୍ୟୋତି ପ୍ରଧାନ, ମତ୍ସ୍ୟ ପୋଖରୀ ଯୋଜନାରେ ମାଛ ଚାଷ କରିଥିବା ରିଆମାଳ ବ୍ଲକ ତେନ୍ତଳାବାହାଳ ଗ୍ରାମ ପଂଚାୟତ ବାରକାନୀ ଗ୍ରାମର ମହିଳା ମତ୍ସ୍ୟ ଚାଷୀ ମମତା ବେହେରା ଓ ତିଲେଇବଣି ବ୍ଲକ ଅନ୍ତର୍ଗତ ତାଳକୁଣ୍ଡି ଗ୍ରାମ ପଂଚାୟତ ସଦର ମହକୁମାର ଜ୍ଞାନଜ୍ୟୋତି ସ୍ୱୟଂ ସହାୟିକା ଗୋଷ୍ଠିକୁ ପୁରସ୍କାର ପ୍ରଦାନ କରାଯାଇଥିଲା । ସେହିପରି ଗୋପାଳନ ନିମନ୍ତେ ବାରକୋଟ ବ୍ଲକ ଗୋପାଳପାଲି ଗ୍ରାମର ସତ୍ୟବ୍ରତ ଜିତ ଓ ଛେଳି ପାଳନ ନିମନ୍ତେ ତିଲେଇବଣି ବ୍ଲକ ଟାଇଁସର ଗ୍ରାମର ମନୋଜ କୁମର ସାହୁଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ ପୂର୍ବକ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ଶ୍ରେଷ୍ଠ ଗାଇ ପାଇଁ ଦେବଗଡ ପୌରାଂଚଳ ମହୁଲଢିପା ସାହିର ବେଣୁଧର ଗଡନାୟକ ଓ ଶ୍ରେଷ୍ଠ ବାଛୁରୀ ପାଇଁ ଭିତିରିଆ ସାହିର ପରମେଶ୍ୱର ସାହୁଙ୍କୁ ଟ୍ରଫି ପ୍ରଦାନ ପୁର୍ବକ ପୁରସ୍କୃତ କରାଯାଇଥିଲା ।ଶେଷରେ ଜିଲା ମତ୍ସ୍ୟ ଅଧିକାରୀ ଭାବଗ୍ରାହୀ କିସାନ ଧନ୍ୟବାଦ ଅର୍ପଣ କରିଥିଲେ । ଉଦଯାପତ ଦଇ ଦିନିଆ ପ୍ରଦର୍ଶନୀ ମେଳାରେ ମତ୍ସ୍ୟ ବିଭାଗରେ ୪ଟି, କୃଷି ବିଭାଗର ଦୁଇଟି, ପ୍ରାଣୀ ସମ୍ପଦ ବିଭାଗର ୬ଟି , ଜିଲା ଶିଳ୍ପ କେନ୍ଦ୍ରର ୨ଟି,ସ୍ୱୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ୪ଟି , ମୃତିକା ସଂରକ୍ଷଣ ଓ ଜଳଛାୟା ପ୍ରକଳ୍ପ ପକ୍ଷରୁ ୨ଟି, ଆପିକଲ ପକ୍ଷରୁ ୨ଟି , ଓମଫେଡ ପକ୍ଷରୁ ୪ଟି ଷ୍ଟଲ ସମେତ ମୋଟ ୩୦ଟି ଷ୍ଟଲ ଖୋଲାଯାଇଥିଲା ।

ad-week
Leave A Reply

Your email address will not be published.