ଡଁରା ପଂଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଫୁଟବଲ ପ୍ରତିଯୋଗିତା…

add-all

ଦେବଗଡ଼,୨୦ା୧୧ : ବାରକୋଟ ବ୍ଲକ ସଦର ମହକୁମରେ ଥିବା ଡଁରା ପଂଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ‘ଯୁବ ଓଡିଶା ନବୀନ ଓଡିଶା’କାର୍ଯ୍ୟକ୍ରମ ଅଧିନରେ ଆଜି ଅନୁଷ୍ଠାନର ଅଧ୍ୟକ୍ଷ ତଥା ପ୍ରାଧ୍ୟାପକ ଯାତ୍ରାକର ପ୍ରଧାନଙ୍କ ତତ୍ୱାବଧାନରେ ଏକ ଆନ୍ତଃ ବିଦ୍ୟାଳୟ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାକୁ କ୍ରୀଡା ଶିକ୍ଷକ ପ୍ରଫୁଲ୍ଲ କୁମାର ରାଉତ ପରିଚାଳନା କରିଥିଲେ । ପ୍ରତିଯୋଗିତା ଆୟୋଜନରେ ଅନୁଷ୍ଠାନର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ମାନେ ସକ୍ରୀୟ ସହଯୋଗ କରିଥିଲେ । ସୂଚନା ଯୋଗ୍ୟ ଯେ, ଜିଲାରେ ଅଧିକରୁ ଅଧିକ ଫୁଟବଲ ଖେଳାଳି ସୃଷ୍ଟି ଉଦ୍ଦେଶ୍ୟରେ ଏହି ଫୁଟବଲ ପ୍ରତିଯୋଗିତା ଆୟୋଜିତ ହୋଇଥିଲା ଓ ଏଥରୁ ମନୋନୀତ ଖେଳାଳୀ ମାନେ ଜିଲା ସ୍ତରୀୟ ଫୁଟବଲ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବିଲି ଅନୁଷ୍ଠାନ ପକ୍ଷରୁ ସୂଚନା ମିଳିଛି ।

ad-week
Leave A Reply

Your email address will not be published.