ବିଶ୍ବ ଶିଶୁ ଦିବସରେ ବେଟି ବଞ୍ଚାଅ ବେଟି ପଢାଅ ସଚେତନତା ରଥର ରାଜନଗର ପରିକ୍ରମା…

add-all

ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ସଦରମହକୁମାରେ ଵିଶ୍ବ ଶିଶୁ ଦିବସ ଅବସରରେ ବେଟି ବଞ୍ଚାଅ ବେଟି ପଢାଅର ସଚେତନତା ରଥ ଗତକାଲି ଶ୍ରୀ ଶ୍ରୀ ଜଗନ୍ନାଥ ମହାଵିଦ୍ୟାଳୟରେ ପହଁଚି ସେଠାରେ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ଶିଶୁ ସୁରକ୍ଷା ଵିଭାଗ ଦ୍ବାରା ଏହି ସଚେତନତା ରଥ ଚଳିତମାସ 14ତାରିଖରୁ ଭ୍ରମଣ କରି ସଚେତନତା ବାଣ୍ଟି ଚାଲିଛନ୍ତି। ଏହି ରଥ ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ବାରା ଉଦ୍ଘାଟନ ହୋଇ ଵିଭିନ୍ନ ବ୍ଲକ ପରେ କାଲି ସାନବଡ ଗୋପାଳପୁରୁ ଠାରେ ପହଞ୍ଚିଥିଲେ।

ସେଠାରେ ସିଡିପିଓଙ୍କ ନେତୃତ୍ୱରେ ସୁପରଭାଇଜରମାନେ ଓ କର୍ମୀ,ସହାୟିକା ସୁସଜ୍ଜିତ ଝୋଟି ପକାଇ ଫୁଲ ଚନ୍ଦନ ଦେଇ ରଥକୁ ସ୍ବାଗତ କରି ବେଟିବଞ୍ଚାଅ ଵେଟିପଢାଅ ଵାର୍ତା ମାଧ୍ୟମରେ ସଚେତନତା କରିଥିଲେ। ଏହାର ଉଦ୍ଧେଶ୍ୟ ଥିଲା ଝିଅକୁ ବଞ୍ଚାଇ ପାଠପଢାଇ ମଣିଷ କରିବା ପୁଅ ଝିଅ ମଧ୍ୟରେ ଭେଦଭାବ ନରଖି ବାଲ୍ୟ ବିବାହକୁ ବିରୋଧ କରି ଶିଶୁ କନ୍ୟାକୁ ସୁରକ୍ଷା ଦେଵାକୁ ଵ୍ରତି ରହିବାର ଲକ୍ଷ ନେଇ ସଚେତନତା ରଥ ଭ୍ରମଣ କରୁଛି। ଏହି ସଚେତନତା ସଭାରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଵିଜୟ କେତନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷା ସ୍ବାଗତିକା ପାତ୍ର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାତ ଚନ୍ଦ୍ର ଦାସ, ଜିଲ୍ଲା ସଂଯୋଜିକା ସୁଶ୍ରୀ ଅମିତା ସିଂ ସମେତ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ଅତୁଲ ବଳ ଯୋଗ ଦେଇଥିଲେ।

ad-week
Leave A Reply

Your email address will not be published.