
ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ରାଜ୍ୟ ଛତିଶଗଡର କାଙ୍କେର ଜିଲ୍ଲାରେ ପୁଣି ଥରେ ନକ୍ସଲମାନଙ୍କ ଲାଲତାଣ୍ଡବ ଦେଖିବାକୁ ମିଳିଛି l ମିଳିଥିବା ସୂଚନା ଅନୁଯାୟୀ, କାଙ୍କେର ଜିଲ୍ଲାର କୋୟାଲିବେଡା ଅଞ୍ଚଳର ନକ୍ସଲମାନେ ଆଜି ଜଙ୍ଗଲ ମଧ୍ୟରେ ଜନଅଦାଲତରେ ପୋଲିସର ସୂଚନାଦାତା ଆରୋପ ଲଗେଇ ଜଣେ ଯୁବକଙ୍କୁ ହତ୍ୟା କରିଛନ୍ତି l ମୃତ ଯୁବକ ଜଣଙ୍କ ହେଲେ ଅମର ସିଂ ଉଇକା l ନକ୍ସଲମାନେ ହତ୍ୟା କରିବା ପରେ ଘଟଣାସ୍ଥଳରେ ଏକ ବ୍ୟାନର ଲଗାଇ ଚାଲିଯାଇଥିଲେ l ଏହି ବ୍ୟାନେରରେ ଅମର ସିଂଙ୍କ ଡିଆରଜି ଯବାନମାନଙ୍କୁ ମିଥ୍ୟା ସୂଚନା ଦେଇ ଦୁଇ ଜଣ ଗ୍ରାମବାସିଙ୍କୁ ନକ୍ସଲ କହି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ତା ସହ ଅମର ସିଂ ଉଇକା କୁ ଜନ ଅଦାଲତ ଲଗାଇ ହତ୍ୟା କରିଥିବା ନକ୍ସଲ ସଂଗଠନର ରାବଘାଟ ଏରିଆ କମିଟି ବ୍ୟାନେର ମାଧ୍ୟମରେ ସ୍ୱୀକାର କରିଛନ୍ତି l କାଙ୍କେର ଜିଲ୍ଲା ଏସପି ଦିବ୍ୟାଙ୍ଗ ପଟେଲ ଏହି ଖବର ପାଇବା ପରେ ଘଟଣାସ୍ଥଳକୁ ପୋଲିସ, ସୁରକ୍ଷାବାହିନୀ ଯବାନମାନେ ଯାଇ ତଦନ୍ତ ଆରମ୍ଭ କରିଥିବା ସୂଚନା ଦେଇଛନ୍ତି l