
ବ୍ରହ୍ମପୁର : ୨୨-୧୧ ଗଞ୍ଜାମ ଜିଲ୍ଲାରେ କୋଣ ଅନୁକୋଣରେ ଗୁଟଖା ଓ ତମ୍ବାଖୁ ବେପାର ଖୁଲାମ ଖୁଲା ଚାଲିଛି। ଆମ ଦେଶରେ ତମ୍ବାଖୁ ଓ ଗୁଟଖା ସେବନ କରି କର୍କଟ ରୋଗ ରେ ଅନାୟାସରେ ମୃତ୍ୟୁ ବରଣ ଘଟଣା ବଢ଼ିବା ଯୋଗୁଁ ଏହା ପାଇଁ ସରକାର କିଛି ନିୟମ କରିଛନ୍ତି। ୨୦୦୩ ମସିହାରେ ଭାରତ ସରକାର ଏକ ଆଇନ ପ୍ରଣୟନ କରିଥିଲେ। ସ୍କୁଲ, କଲେଜ ଓ ଧର୍ମାନୁଷ୍ଠାନ ର ଶହେ ମିଟର ଭିତରେ ଗୁଟଖା ତମ୍ବାଖୁ ବିକ୍ରି ପାଇଁ ପ୍ରତିବନ୍ଧକ ଲଗାଇଥିଲେ। ଏହା ସହ ୧୮ ବର୍ଷ ରୁ କମ ଯୁବକଙ୍କୁ ଗୁଟଖା ତମ୍ବାଖୁ ବିକ୍ରି ନ କରିବା ଓ ଶିଶୁ ମାନଙ୍କ ହାତରେ ଆତ୍ମୀୟସଜନ ମାନେ ଏହା କ୍ରୟ କରିବାକୁ ଦୋକାନ କୁ ନ ପଠାଇବା ଆଦି ନିୟମ ରହିଛି। ସରକାର ଗୁଟଖା ଓ ତମ୍ବାଖୁ ଉପରେ ଆଇନ ପ୍ରଣୟନ କରିଥିଲେ ମଧ୍ୟ ବଜାର ରେ କେତେକ କମ୍ପାନୀ ଗୁଟଖା ଓ ଜର୍ଦ୍ଦା କୁ ଅଲଗା ଅଲଗା କରି ଗୋଟିଏ ପେକେଟ ରେ ଭର୍ତ୍ତି କରି ବିକ୍ରି କରୁଥିବା ଦେଖିବାକୁ ମିଳୁଛି। ସର୍ବସାଧରଣ ରେ ଧୂମ୍ରପାନ ନିଷେଧ ଆଇନ କୁ ଅଧିକାରୀ ମାନେ ଅଣଦେଖା କରୁଥିବା ଦେଖିବାକୁ ମିଳୁଛି।ଗଞ୍ଜାମ ଜିଲ୍ଲାରେ ବେଆଇନ ଗୁଟଖା କାରଖାନା ପ୍ରସ୍ତୁତ କରିଥିବାର ନଜିର ରହିଛି। ବେଳେ ବେଳେ ପ୍ରଶାସନ ପକ୍ଷରୁ ଉକ୍ତ ବେଆଇନ ଗୁଟଖା କାରଖାନା ଉପରେ ଚଢ଼ାଉ ମଧ୍ୟ ହୋଇଛି। ପ୍ରଶାସନ ସହିତ ସାଲିସ କରି କେତେକ ବ୍ୟବସାୟୀ ରାୟପୁର, ଆନ୍ଧ୍ରପ୍ରଦେଶ ରୁ ଗୁଟଖା,ତମ୍ବାଖୁ ଓ ଖଇନି ଆଣି ଖୁଲାମ ଖୁଲା ବେପାର କରୁଥିବା ଚର୍ଚ୍ଚା ହେଉଛି। ଗଳା ବାଟ ଦେଇ ଟ୍ରକ ଟ୍ରକ ଖଇନି ଅନ୍ୟ ରାଜ୍ୟ କୁ ଚାଲାଣ କରାଯାଉଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି। ଏପରି କି ନକଲି ଘୁଟକା ମଧ୍ୟ ପ୍ରସ୍ତୁତି କୁ ନେଇ ନଜିର ରହିଛି l ତମ୍ବାଖୁ ଉପରେ ଅଧିକ ଟିକସ ଥିବା ଯୋଗୁଁ ଏହି ବ୍ୟବସାୟ ରେ ଟିକସ ଠକିବା ପାଇଁ ବିନା ଟ୍ୟାକ୍ସ ରେ ଏହି ବେପାର କରିବା ଫଳରେ ସରକାର ଙ୍କ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ କ୍ଷତି ହେଉଛି। ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ବିଭିନ୍ନ ନାମୀ ଦାମୀ କମ୍ପାନୀର ନକଲି ସାମଗ୍ରୀ ର ବ୍ୟବସାୟ ବୃଦ୍ଧି ପାଇଛି। ଅଳ୍ପ ଦିନ ତଳେ ବ୍ରହ୍ମପୁର ରେ ଦୁର୍ଗା କମ୍ପାନୀ ର ନକଲି ଘିଅ ପ୍ରସ୍ତୁତ କରଖାନା ଉପରେ ପୋଲିସ ଚଢ଼ାଉ କରି ଖୋଳ ଓ କଞ୍ଚା ମାଲ ଜବତ କରିବା ସହ ଜଣେ ବ୍ୟକ୍ତି କୁ ଗିରଫ କରିଛି। ଗଞ୍ଜାମ ଜିଲ୍ଲାରେ ପ୍ରଶାସନ ର ନାକ ତଳେ ଏହି ଗୁଟଖା,ତମ୍ବାଖୁ, ଖଇନି ଓ ମାଦକ ଦ୍ରବ୍ୟ ବେପାର ଚାଲିଥିବା ନେଇ ଜୋର ଦାର ଚର୍ଚ୍ଚା ହେଉଛି। ତମ୍ବାଖୁ ଧୂମ୍ରଯୁକ୍ତ ଧୂମ୍ର ବିହୀନ ଆଇନ ଧର୍ମକୁ ଆଖିଠାର ସଦୃଶ୍ୟ ହୋଇଛି। ସେ ଯାହାବି ହେଉ ଏହି ବ୍ୟବସ୍ଥା ପ୍ରତି ପ୍ରଶାସନ ର ନଜର ହଟିବା ପରି ମନେ ହେଇଛି l କେବଳ ବ୍ରହ୍ମପୁର ନୁହେଁ ଗଞ୍ଜାମ ଜିଲ୍ଲାର ପ୍ରତ୍ୟେକ ଗାଁ ଗହଳି ରେ ପୁଳା ପୁଳା ଘୁଟକା ଓ ଜର୍ଦା ବିକ୍ରି ହେଉଥିବା ଦେଖିବାକୁ ମିଳୁଛି ଏପରିକି ମାଳ ମାଳ ଘୁଟକା ପ୍ରସ୍ତୁତି ଫେକ୍ଟରୀ ବି ଛତୁ ଫୁଟିଲା ପରି ଫୁଟିଲାଣି ଏହି କ୍ଷେତ୍ର ରେ ପୋଲିସ ଟେର ପାଉନି ନା ସାଲିସ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି