ରାଜ୍ୟ ସରକାରଙ୍କ ସମନ୍ୱିତ ଯୁବବିକାଶ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ…

add-all

ଫୁଲବାଣୀ : ଗୁରୁବାର ଦିନ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ସ୍କୁଲରେ ରାଜ୍ୟ ସରକାରଙ୍କ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ ଉତ୍ସବ ପାଳନ କରାଯାଇଛି। ଉକ୍ତ ଉତ୍ସବକୁ ଫିରିଙ୍ଗିଆ ବ୍ଲକ ଚେୟାରମେନ ଶ୍ରୀମତୀ ସୁନିତା କହଁର ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ଯୁବ କ୍ରୀଡାବିତମାନଙ୍କୁ ଉତ୍ସାହିତ କରିଥିଲେ। ଅଧ୍ୟକ୍ଷ ଡଃ ଚିତ୍ତରଞ୍ଜନ ମିଶ୍ର ସଭାମୁଖ୍ୟ ଥିବାବେଳେ ଡମ୍ବୁରୁଧର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। କ୍ରୀଡା ଶିକ୍ଷକ ଲକ୍ଷ୍ମୀକାନ୍ତ ସାହୁ, ଶ୍ରୀନିବାସ ରାଓ ଏବଂ ସଫଳତାର ସହ କ୍ରୀଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିଭୂତି ଭୂଷଣ ଶତପଥୀ, ଓଡ଼ିଆ ଅଧ୍ୟାପକ, ପ୍ରଦୀପ୍ତ କୁମାର ବିଶ୍ଵାଳ, ରାଜନୀତି ବିଜ୍ଞାନ ଅଧ୍ୟାପକ,ସୁକ ମୁଖି, ଶ୍ରୀମତୀ ପ୍ରଭାତୀ ପାତ୍ର, ଓଡ଼ିଆ ଅଧ୍ୟାପିକା, ବାଲୁଙ୍କେଶ୍ୱର ଆଚାର୍ଯ୍ୟ, ବରିଷ୍ଠ କିରାଣି, ଚିନ୍ମୟୀ ନାୟକ ଓ ସସ୍ମିତା ପାଢ଼ୀ ପ୍ରମୁଖ ସହଯୋଗ କରିଥିଲେ। ପ୍ରଥମ ଦିନରେ ୧୫୦୦ ମିଟର ରନ, ୧୦୦ ମିଟର ରନ ଅନ୍ୟାନ୍ୟ କ୍ରୀଡା ପ୍ରତିଯୋଗିତା ଆୟୋଜିତ ହୋଇଥିଲା।

ad-week
Leave A Reply

Your email address will not be published.