
ଫୁଲବାଣୀ : ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ବିଶ୍ବ ମତ୍ସ୍ୟ ଦିବସ-୨୦୨୩ ମାନନୀୟ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ନନ୍ଦିନୀ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଗତକାଲି ଅନୁଷ୍ଠିତ ହୋଇଯାଇଛି । କନ୍ଧମାଳ ଜିଲ୍ଲାର ସମସ୍ତ ମତ୍ସ୍ୟ ଚାଷୀ ଅଧିକରୁ ଅଧିକ ମାଛ ଚାଷ କରି ବିଭାଗୀୟ ଯୋଜନା ଗୁଡ଼ିକରୁ ଲାଭ ଉଠାଇବା ପାଇଁ ସୁଶ୍ରୀ ମଲ୍ଲିକ ଆହ୍ବାନ ଦେଇଥିଲେ ।ଏହି ଉପଲକ୍ଷେ ଆୟୋଜିତ ବୈଠକରେ ସମ୍ମାନୀତ ଅତିଥିଭାବେ ଯୋଗଦେଇ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଅଧିକାରୀ ତାଙ୍କ ବିଭାଗର ଯୋଜନାଗୁଡ଼ିକ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଉପ-ମତ୍ସ୍ୟ ନିର୍ଦ୍ଦେଶକ(ଗଞ୍ଜାମ ଅଞ୍ଚଳ ମାଛ ଚାଷୀମାନଙ୍କୁ ମାଛ ଚାଷ ଉପରେ ସମ୍ୟକ ଧାରଣା ଦେବା ସହିତ ସେମାନେ ଦୁନିଆକୁ ପଷ୍ଟିକର ଆହାର ଯୋଗାଉଛନ୍ତି ବୋଲି କହିଥିଲେ । ସେହିପରି, ଜଳଛାୟା ବିଭାଗର ପ୍ରକଳ୍ପ ନିର୍ଦ୍ଦେଶକ କ୍ଷେତ ପୋଖରୀ ରେ ମତ୍ସ୍ୟ ବିଭାଗ ସହାୟତାରେ ମାଛ ଚାଷକୁ ଗୁରୁତ୍ବ ଦିଆଯାଉଛି ବୋଲି କହିବା ସହିତଚାଷୀମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଦିବସ ପାଳନ ଅବସର ରେ, ୨ଜଣ ସଫଳ ମତ୍ସ୍ୟ ଚାଷୀଙ୍କୁ ଓ ଗୋଟିଏ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀକୁ ପୁରସ୍କୃତ କରାଯାଇଥିବା ବେଳେ ୧୦ ଜଣ ମତ୍ସ୍ୟ ଚାଷୀଙ୍କୁ ଜଳର ମାନ ପରୀକ୍ଷଣ ପାଇଁ ଟେଷ୍ଟ କିଟ୍ ପ୍ରଦାନ କରାଯାଇଥିଲା । ଜିଲ୍ଲା ମତ୍ସ୍ୟ ଅଧିକାରୀ ତାଙ୍କର ପ୍ରାରମ୍ଭିକ ସମ୍ଭାଷଣରେ ଏହି ଦିବସ ପାଳନର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ । ସେହିପରି,ସହକାରୀ ମତ୍ସ୍ୟ ଅଧିକାରୀ, କନ୍ଧମାଳ ମତ୍ସ୍ୟ ବିଭାଗର ବିଭିନ୍ନ ଯୋଜନା ଗୁଡ଼ିକ ସମ୍ପର୍କରେ ଆଲୋଚନା କରିଥିଲେ । ଜିଲ୍ଲା ମତ୍ସ୍ୟ ଅଧିକାରୀ ସଭାପରିଚାଳନା କରିଥିବା ବେଳେ, ସହକାରୀ ମତ୍ସ୍ୟ ଅଧିକାରୀ, କେ. ନୂଆଗାଁ ଧନ୍ୟବାଦ ଅର୍ପଣ କରିଥିଲେ।ଉକ୍ତ ବୈଠକ ରେ, ଜିଲ୍ଲାର ସମସ୍ତ ବ୍ଲକର ସହକାରୀ ମତ୍ସ୍ୟଅଧିକାରୀ, ୧୨ ଗୋଟି ବ୍ଲକରୁ ୭୫ ଜଣ ମତ୍ସ୍ୟ ଚାଷୀ,ମତ୍ସ୍ୟ ଉଦ୍ୟୋଗୀ,ମାଛ ଯାଆଁଳ ଉତ୍ପାଦନକାରୀ, ପ୍ରାଥମିକ ମତ୍ସ୍ୟ ସମବାୟ ସମିତିର ସଦସ୍ୟ ଏବଂ ମହିଳା ସ୍ଵୟଂସହାୟକ ଗୋଷ୍ଠୀର ସଦସ୍ୟମାନେ ଯୋଗଦେଇଥିଲେ ।