ଦେବଗଡ଼,୨୩ା୧୧:ତିଲେଇବଣି ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ତିଲେଇବଣି ବ୍ଲକ ପ୍ରଭାଶୁଣି ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ଗୁରୁବାର ବ୍ଲକ ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଯାଇଛି । ତିଲେଇବଣି ବ୍ଲକ ଶିକ୍ଷା ଅଧିକାରୀ ଶିକରେନ୍ଦ୍ର ଛତ୍ରିଆଙ୍କ ସଭାପତିତ୍ୱ ଓ ସିଆର୍ସିସି ପ୍ରାଣବନ୍ଧୁ ଘଡେଇଙ୍କ ପରିଚାଳନାରେ ଆୟୋଜିତ ଉଦଘାଟନୀ ଉତ୍ସବରେ ମୂଖ୍ୟ ଅତିଥି ଭାବେ ତିଲେଇବଣି ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀଣୀ ପ୍ରିୟଦର୍ଶୀନୀ ମିର୍ଦ୍ଧା ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଏହି ମେଳାକୁ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ଜିଲା ଶିକ୍ଷା ବିଜ୍ଞାନ ନିରୀକ୍ଷିକା ଇପସିତା ପଟ୍ଟନାୟକ, ତିଲେଇବଣି ବ୍ଲକର ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ନାରାୟଣ ସିଂ ସାମାଡ, ସୁଶାନ୍ତ କୁମାର ସାହୁ , ବିଦ୍ୟାଧର ସାହୁ ଓ ମୂଖ୍ୟ ବକ୍ତା ଭାବେ ଜିଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷା ଡକ୍ଟର ଗୀତାଞ୍ଜଳି ଭୋଇ ଯୋଗଦେଇ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିବା ସହ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ ମେଳା ଆୟୋଜନର ଆବଶ୍ୟକତା ଏବଂ ଉପକାରିତା ସମ୍ପର୍କରେ ଛାତ୍ରଛାତ୍ରୀ ତଥା କୁନି ବୈଜ୍ଞାନିକ ମାନଙ୍କୁ ବୁଝାଇଥିଲେ । ସବା ପ୍ରାରମ୍ଭରେ ପ୍ରଦାନ ଶିକ୍ଷୟିତ୍ରୀ ଅର୍ଚ୍ଚନା ପାତ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଦୟାଳୟର ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା । ଏହି ମେଳାରେ ତିଲେଇବଣି ବ୍ଲକର ବିଭିନ୍ନ ବିଦ୍ୟାଳୟର ୧୨୪ ଜଣ ଛାତ୍ର ଛାତ୍ରୀଙ୍କ ଦ୍ୱାରା ମୋଟ ୧୦୧ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ବିଚାରକ ଭାବେ ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ପଦାର୍ଥ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡକ୍ଟର ପ୍ରଦୀପ କୁମାର ମିଶ୍ର ଓ ପ୍ରାଣୀ ବିଜ୍ଞାନ ବିଭାଗ ଅଧ୍ୟାପକ ବିଭୁତି ଭୂଷଣ ମହାପାତ୍ର, ଓଡିଶା ଆଦର୍ଶ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ରାହାସ ବିହାରୀ ମାଝୀ ଓ ସୁନାମୁଣ୍ଡା ଉନ୍ନିତ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଦୁଃଖ ବନ୍ଧୁ ଭୁକ୍ତା ଯୋଗ ଦେଇଥିଲେ । ଏହି ଅବସରରେ ବରିଷ୍ଠ ବିଭାଗରେ ୫ଟି ସ୍ତରରୁ ୧୦ଟି ପ୍ରକଳ୍ପ ଓ କନିଷ୍ଠ ବିଭାଗରୁ ୫ଟି ପ୍ରକଳ୍ପ ମନୋନୀତ ହୋଇ ଜିଲା ସ୍ତରୀୟ ପ୍ରଦର୍ଶନୀ ମେଳା ନିମନ୍ତେ ଯୋଗ୍ୟତା ଅର୍ଜନ କରିଥିଲା । ଅପରାହ୍ନରେ ତିଲେଇବଣି ବ୍ଲକ ଶିକ୍ଷା ଅଧିକାରୀ ଶିକରେନ୍ଦ୍ର ଛତ୍ରିଆଙ୍କ ସଭାପତିତ୍ୱ ଓ ସିଆର୍ସିସି ପ୍ରାଣବନ୍ଧୁ ଘଡେଇଙ୍କ ପରିଚାଳନାରେ ଆୟୋଜିତ ଉଦଯାପନୀ ତଥା ପୁରସ୍କାର ବିତରଣି ଉତ୍ସବରେ ମୂଖ୍ୟ ଅତିଥି ଭାବେ ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ପଦାର୍ଥ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡକ୍ଟର ପ୍ରଦୀପ କୁମାର ମିଶ୍ର , ସମାମଣିତ ଅତିଥି ଭାବେ ପ୍ରାଣୀ ବିଜ୍ଞାନ ବିଭାଗ ଅଧ୍ୟାପକ ବିଭୂତି ଭୂଷଣ ମହାପାତ୍ର, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ନାରାୟଣ ସିଂ ସାମାଡ ଓ ସୁଶାନ୍ତ କୁମାର ସାହୁ ଯୋଗଦେଇ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଶେଷରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ସାହୁଧନ୍ୟବାଦ ଅର୍ପଣ କରିଥିଲେ । ମେଳା ଆୟୋଜନରେ ସିଆରସିସି ଅସୋକ କୁମାର ସାହୁ, ଚୂଡାମଣି ସାହୁ, ଅଞ୍ଜନ କୁମାର ପ୍ରଧାନ, ଉଦୟନାଥ ପ୍ରଦାନ, ଛତୁ କଲେତ, ଦୁଷ୍ମନ୍ତ କୁମାର ସାମଲ, ମହାବୀର ନାୟକ, ପ୍ରଧାନ ଶିକ୍ଷକ ସୁଜିତ କୁମାର ପାତ୍ର,ସୁଧିର କୁମାର ଦାସ, ବିରକିଶୋର ପ୍ରଧାନ, ହିମାଂଶୁ ଦେହୁରୀ, ଝସକେତନ ନାହାକ, ବିଜୟ କୁମାର ବେହେରା, ତପନ କୁମାର ନାୟକ, ବୁଲବୁଲ ଶେଖର ବିଶ୍ୱାଳ, ଭୋଳେଶ୍ୱର ପ୍ରଧାନ, ଭବାନୀ କାନ୍ତ ପ୍ରଧାନ, ତିଲେଇବଣି ବ୍ଲକ ଶିକ୍ଷା କାର୍ଯ୍ୟାଳୟର ମୂଖ୍ୟ କିରାଣି ପ୍ରଶାନ୍ତ କୁମାର ପ୍ରଧାନ ଓ ଏକାଉଂଟେଂଟ ରଞ୍ଜନ କୁମାର ନାୟକ ପ୍ରମୁଖ ସକ୍ରୀୟ ସହଯୋଗ କରିଥିଲେ ।
