ଉପ ବାଚସ୍ପତି ଙ୍କୁ ଗାଁ ମାଟିରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା, ବାଣ ଫୁଟାଇ ଖୁସି ମନାଇଲା ଅଞ୍ଚଳ ବାସୀ…

add-all

ଦାରିଙ୍ଗବାଡ଼ି, ୨୪/୧୧ (ନିପ୍ର) ସାଲୁଗା ପ୍ରଧାନ ଓଡିଶା ବିଧାନସଭାର ଉପ ବାଚସ୍ପତି ନିର୍ଦ୍ୱନ୍ଦର ନିର୍ବାଚିତ ହୋଇ ଗାଁ ମାଟିର ପହଞ୍ଚିବା ପରେ ଦାରିଙ୍ଗବାଡି ବ୍ଲକ ବାସୀ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଉପଢୌକନ ଏବଂ ଫୁଲ ତୋଡ଼ା ଦେବା ସହିତ ବାଣ ଫୁଟାଇ ଖୁସି ମନାଇଥିଲେ। ଏହି ପରିପ୍ରେକ୍ଷୀରେ ବୁର୍ଜୁବାଡ଼ି ଛକ ଠାରୁ ଏକ ବିରାଟ ଶଭାଯାତ୍ରାରେ ବାହାରି ବଜାର ପରିକ୍ରମା କରି ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ପହଞ୍ଚି ଥିଲେ। ସାଲୁଗା ପ୍ରଧାନ ବିଜୁ ଜନତା ଦଳ ଟିକେଟରୁ ସେ ଦୁଇ ଥର ବିଧାୟକ ନିର୍ବାଚିତ ହୋଇଛନ୍ତି । ଏହି କାର୍ଯ୍ୟକ୍ରମରେ ସମିତି ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନଙ୍କ ସମେତ ଜିଲ୍ଲା ପରିଷଦ ସଭ୍ୟ ରଞ୍ଜନ କୁମାର ପ୍ରଧାନ, ପ୍ରତ୍ୟେକ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ପ୍ରମୁଖଙ୍କ ସହିତ ଅଞ୍ଚଳବାସୀ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.