ଗରମ ଡାଲି ପଡ଼ି ବୋଝିଆ ସେବାୟତ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି…

add-all

92bbddc0-6dfb-4b0b-aca2-997b461dcbae-750x430

ପୁରୀ: ଶ୍ରୀମନ୍ଦିରରେ ପୁଣି ଅଘଟଣ ଘଟିଛି। ଆଜି ବାଇଶି ପାହାଚରେ ଠେଲାପେଲା ଯୋଗୁଁ ଜଣେ ବୋଝିଆ ସେବାୟତ ଗୁରୁତର ହୋଇଛନ୍ତି। ଗୁରୁତର ‌ସେବାୟତ ହେଲେ ଜମ୍ବେଶ୍ବର ବରାଡ଼ (୪୭)।
ସୂଚନା ଅନୁସାରେ ସଦର ଥାନା ଅଧୀନ କନ୍ଥପୁର ନିବାସୀ ଜମ୍ବେଶ୍ବର ବରାଡ଼ ଆଜି ବେତାରେ ମହାପ୍ରସାଦ ନେଇ ଆସୁଥିବା ବେଳେ ବାଇଶି ପାହାଚରେ ଅଘଟଣର ସାମ୍ନା କରିଥିଲେ। ଅଭଡା ନେଇ ଆସୁଥିବା ବେଳେ ସେ ବାଇଶିପାହାଚରେ ଭକ୍ତମାନଙ୍କ ଧକ୍କାରେ ଆହତ ହୋଇଥିଲେ। ଗରମ ଡାଲି ଓ ଅନ୍ନ ଆଣି ଆସୁଥିବାରୁ ତାହା ପଡ଼ିଯିବାରୁ ଆହତ ହୋଇଥିଲେ। ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ad-week
Leave A Reply

Your email address will not be published.