
ଭୁବନେଶ୍ୱର: ରାଜ୍ୟରେ ଆଇପିଏସ୍ ସ୍ତରରେ ହୋଇଛି ବଡ଼ ଧରଣର ଅଦଳବଦଳ। ବଦଳିଛନ୍ତି ଅନେକ ବରିଷ୍ଠ ଆଇପିଏସ୍ ଅଧିକାରୀ। ଜେଲ୍ ବିଭାଗ ଡିଜି ସୁଶାନ୍ତ ନାଥଙ୍କୁ ଗୃହ ବିଭାଗର ଓଏସ୍ଡି ଭାବେ ବଦଳି କରାଯାଇଛି। ଏସ୍ଏଫ୍ଏଲ୍ ନିର୍ଦ୍ଦେଶକ ସନ୍ତୋଷ ବାଲାଙ୍କୁ ଜେଲ୍ ବିଭାଗ ଡିଜି ଦାୟିତ୍ୱର ଅତିରିକ୍ତ ଭାର ପ୍ରଦାନ କରାଯାଇଛି। ସେହିପରି ଅମିତାଭ ଠାକୁରଙ୍କୁ କଟକ ପରିବହନ କମିଶନର ଭାବେ ନିଯୁକ୍ତି ମିଳିଛି। କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ସାରା ଶର୍ମାଙ୍କୁ ଭିଜିଲାନ୍ସ ଡିଆଇଜି ଦାୟିତ୍ୱ ମିଳିଛି।
ଅନ୍ୟପଟେ ଝାରସୁଗୁଡ଼ା ଏସ୍ପି ଥିବା ଗୁଣ୍ଡଲା ରେଡ୍ଡୀ ରାଘବେନ୍ଦ୍ରଙ୍କୁ ପୋଲିସ ମୁଖ୍ୟାଳୟର ଏଆଇଜି ଭାବେ ବଦଳି କରାଯାଇଛି। ନୂଆପଡ଼ା ଏସ୍ପି ଅମ୍ରିତପାଲ ସିଂଙ୍କୁ ପୋଲିସ ମୁଖ୍ୟାଳୟର ଏସ୍ପି ଭାବେ ନୂଆ ଦାୟିତ୍ୱ ମିଳିଛି।ସେହିପରି ଖୋର୍ଦ୍ଧାର ଅତିରିକ୍ତ ଏସ୍ପି ସୋନାଲି ସିଂ ପରମାରଙ୍କୁ ଝାରସୁଗୁଡ଼ା ଏସ୍ପି ଭାବେ ନିଯୁକ୍ତି ଦିଆଯାଇଥିବାବେଳେ ତପନ ନାରାୟଣ ରଥଙ୍କୁ ନୂଆପଡ଼ା ଏସ୍ପି ଦାୟିତ୍ୱ ମିଳିଛି।
