ଧାନ କାଟିବା ପାଇଁ ଆନ୍ଧ୍ରକୁ ଚାଲାଣ କରାଯାଉଥିଲା,୨୧ ଶିଶୁ ଶ୍ରମିକ ଉଦ୍ଧାର…

add-all

IMAGE_1700889185

ସେମିଳିଗୁଡ଼ା : ଧାନ କାଟିବା କାର୍ଯ୍ୟରେ ନିୟୋଜନ ପାଇଁ ଆନ୍ଧ୍ରକୁ ଚାଲାଣ କରାଯାଉଥିଲା। ବସ୍ ଷ୍ଟାଣ୍ଡରୁ ୧୭ ନାବାଳିକା ଓ ୪ ନାବାଳକଙ୍କୁ ଉଦ୍ଧାର କରିଛି ପୁଲିସ। ଘଟଣା ଘଟିଛି କୋରାପୁଟ ଜିଲ୍ଲାରେ। ଏହି ଘଟଣାରେ ପୁଲିସ ୩ ଜଣ ଦଲାଲଙ୍କୁ ଅଟକ ରଖିଛି। ଉଦ୍ଧାର ଶିଶୁ ଶ୍ରମିକ ଘର ଦାମନଯୋଡ଼ି, କାକରିଗୁମ୍ମା ଓ ନାରାୟଣପାଟଣା ଅଞ୍ଚଳରେ ବୋଲି ଜଣାପଡ଼ିଛି।
ଧାନ କାଟିବା କାର୍ଯ୍ୟରେ ନିୟୋଜିତ କରିବା ପାଇଁ ଦଲାଲ ନାବାଳକ ଓ ନାବାଳିକାଙ୍କୁ ମିଶାଇ ୨୧ ଜଣଙ୍କୁ ଆନ୍ଧ୍ରକୁ ଚାଲାଣ କରୁଥିଲା। ଶୁକ୍ରବାର ବିଳମ୍ବିତ ରାତି ଦାମନଯୋଡି ଛକରେ ସମସ୍ତେ ବସକୁ ଅପେକ୍ଷା କରିଥିଲେ। ପୁଲିସ ସୂଚନା ପାଇଁ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିଲା। ପରେ ସେମାନଙ୍କୁ ଶିଶୁ ମଙ୍ଗଳ ସମିତିକୁ ହସ୍ତାନ୍ତର କରାଯାଇଥିଲା।
ଧାନ କାଟିବା କାର୍ଯ୍ୟରେ ଦିନକୁ ୫୦୦ ଟଙ୍କା ମଜୁରୀ ମିଳିବ ବୋଲି ଦଲାଲ ସମସ୍ତଙ୍କୁ କହିଥିବା ଶିଶୁ ଶ୍ରମିକ ମାନେ କହିଥିବା ସୂଚନା ରହିଛି। ଆଜି ୩ ଜଣ ଦଲାଲଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି ସେମିଳିଗୁଡା ଥାନା ଅଧିକାରୀ ସଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.