ରାଜ୍ୟର ପ୍ରଥମ ଶିକ୍ଷାନୁଷ୍ଠାନ ରେଭେନ୍ସା ବିଶ୍ୱବିଦ୍ୟାଳୟକୁ A++ ମାନ୍ୟତା…

add-all

Ravenshaw-University

ଭୁବନେଶ୍ୱର, ୨୫।୧୧: ରାଜ୍ୟର ପ୍ରଥମ ସରକାରୀ ଶିକ୍ଷାନୁଷ୍ଠାନ ଭାବେ କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ମିଳିଛି A++ ମାନ୍ୟତା। ନ୍ୟାସନାଲ ଆସ୍ସେସମେଣ୍ଟ ଆଣ୍ଡ ଆକ୍ରୀଡେସନ କାଉନ୍ସିଲ (ନାକ ଟିମ) ପରିଦର୍ଶନ ପରେ ରାଙ୍କ୍‌ରେ ଏହି ମାନ୍ୟତା ମିଳିଛି।

ନଭେମ୍ବର ୨୦ ତାରିଖରେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ନ୍ୟାସନାଲ ଆସ୍ସେସମେଣ୍ଟ ଆଣ୍ଡ ଆକ୍ରୀଡେସନ କାଉନ୍ସିଲ (ନାକ ଟିମ) ପରିଦର୍ଶନ ଆସିଥିଲେ। ନାକ୍‌ ମାନ୍ୟତାରେ ଉନ୍ନତି ଆଣିବା କ୍ଷେତ୍ରରେ ରେଭେନ୍ସା କ’ଣ ପଦକ୍ଷେପ ନେଇଛନ୍ତି, ଏନେଇ ଟିକିନିଖି ଅନୁଧ୍ୟାନ କରିଥିଲେ ନାକର ୫ ଜଣିଆ ଟିମ। ଏହି ଟିମ ବିଶ୍ବବିଦ୍ୟାଳୟରେ ପହଞ୍ଚିବା ପରେ କୁଳପତିଙ୍କ ସହ ଆଲୋଚନା କରିବା ପରେ ଆରମ୍ଭ ହୋଇଥିଲା ବିଭିନ୍ନ ବିଭାଗ ଗସ୍ତ। ଗୋଟିଏ ପରେ ଗୋଟିଏ ପାଠ୍ୟ ବିଭାଗ ବୁଲି ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ଟିମ।

ବିଶେଷକରି ଭିତ୍ତିଭୂମି ସହ, ସ୍ବାସ୍ଥ୍ୟା, ଶିକ୍ଷା, ଖାଦ୍ୟ, ପରିମଳ ଓ ବିଭିନ୍ନ ବିଭାଗ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ ନାକ୍‌ ଟିମ । ଏହା ସହିତ ବିଭିନ୍ନ ବିଭାଗର ପ୍ରଫେସର ଓ ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ ଟିମ । ତେବେ ୨୦୧୬ ମସିହା ଡିସେମ୍ବରରୁ ରେଭେନ୍ସା ବିଶ୍ୱବିଦ୍ୟାଳୟର ନାକ ମାନ୍ୟତାର ବୈଧତା ଶେଷ ହୋଇଥିଲା। ଏନେଇ ପୁନଃ ମାନ୍ୟତା ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନାକ ସମ୍ନାରେ ଆବେଦନ କରିଥିଲେ। ଆବେଦନର ୬ବର୍ଷ ପରେ ନାକ ଟିମ ରେଭେନ୍ସା ବିଶ୍ୱବିଦ୍ୟାଳୟ ଆସି ସ୍ଥିତି ଅନୁଧ୍ୟାନ କରିଥିଲେ।

ad-week
Leave A Reply

Your email address will not be published.