ଆଦିବାସୀ ଜମି ହସ୍ତାନ୍ତର ନେଇ କ୍ୟାବିନେଟ୍‌ ନିଷ୍ପତ୍ତିକୁ ରଦ୍ଦ କରାଯାଉ: ସାଂସଦ ଜୁଏଲ ଓରାମ୍…

add-all

sfewr

ଭୁବନେଶ୍ବର: ଆଦିବାସୀ ଜମି ହସ୍ତାନ୍ତର ନେଇ କ୍ୟାବିନେଟ୍‌ ନିଷ୍ପତ୍ତିକୁ ସ୍ଥଗିତ ରଖାଯିବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ। ସେ କହିଛନ୍ତି, କ୍ୟାବିନେଟ୍ ର ନିଷ୍ପତ୍ତିକୁ କ୍ୟାବିନେଟ୍ ରେ ରଦ୍ଦ କରାଯିବା ଦରକାର। ଏହାକୁ ଟ୍ରାଇବାଲ୍ ଆଡଦ୍ଭାଇଜାରି କମିଟିକୁ ହସ୍ତାନ୍ତର ନକରି ଆମକୁ ଭକୁଆ ନ ବନାନ୍ତୁ ରାଜ୍ୟ ସରକାର। ସରକାର ଏହାକୁ ନେଇ ରଦ୍ଦ ହେଲା ବୋଲି କୁହନ୍ତୁ। ନଚେତ୍ ଆଦିବାସୀମାନେ ଭଲ ଉତ୍ତର ଦେବା ବି ଜାଣିଛନ୍ତି। ଏବେ ଗେଜେଟରେ ନୋଟିଫିକେସନ ପ୍ରକାଶ କରନ୍ତୁ।

ଆଦିବାସୀଙ୍କ ଜମିକୁ ହଡ଼ପ କରି କର୍ପୋରେଟ କିମ୍ବା ପ୍ରାଇଭେଟ୍ ଲବିକୁ ହସ୍ତାନ୍ତର କରିବା ହେଉଛି ରାଜ୍ୟ ସରକାରଙ୍କ ଲକ୍ଷ୍ୟ। ଏଥିରୁ ସରକାର ନିବୃତ୍ତ ରୁହନ୍ତୁ ବୋଲି କହିଛନ୍ତି ଜୁଏଲ ଓରାମ।

ad-week
Leave A Reply

Your email address will not be published.