ମେକ୍ସିକୋ ଉପସାଗରରେ ନଷ୍ଟ ହୋଇଗଲା ୪୦ ଲକ୍ଷ ଲିଟର ତେଲ! ୮ ବିଲିୟନର କ୍ଷତି ସହିଲା ଆମେରିକା

add-all

oil-1

ମେକ୍ସିକୋ ଉପସାଗରରେ ଆମେରିକାର ୪୦ ଲକ୍ଷ ଲିଟରରୁ ଅଧିକ ତେଲ ନଷ୍ଟ ହୋଇଯାଇଛି। ଏହି କାରଣରୁ କୋଟି କୋଟି ଟଙ୍କାର କ୍ଷତି ସହିଛି ଆମେରିକା। ଲୁଇସିୟାନାର ଦକ୍ଷିଣ-ପୂର୍ବ ଉପକୂଳରେ ଥିବା ଏକ ପାଇପ୍‌ଲାଇନରୁ ତେଲ ଲିକ୍ ହୋଇଛି। ଏବେ ଏହି ପାଇପ୍‌ଲାଇନକୁ ବନ୍ଦ କରି ଦିଆଯାଇଛି। ଆମେରିକା ଲିକ୍ ହେବାର ପ୍ରକୃତ କାରଣ ଜାଣିବାକୁ ଚେଷ୍ଟା କରୁଛି। ଅଦ୍ୟାବଧି ତେଲ କୂଳରେ ପହଞ୍ଚି ନାହିଁ, କିନ୍ତୁ ସାମୁଦ୍ରିକ ପ୍ରାଣୀମାନଙ୍କ ଜୀବନ ପ୍ରତି ବିପଦ ଆଶଙ୍କା ଦେଖାଦେଇଛି।

ଉପସାଗରରେ ପ୍ରବଳ ବେଗରେ ପବନ ଯୋଗୁ ତେଲ ଲିକ୍‌ ବିଷୟରେ ଜଣା ପଡ଼ିଥିଲା। କିଛି ତେଲ ବାଷ୍ପ ହୋଇ ପବନରେ ଉଡ଼ି ଯାଇଥିବା ବେଳେ ଅବଶିଷ୍ଟ ତେଲ ପାଣିରେ ବିସ୍ତାର ହେବାକୁ ଲାଗିଛି। ଆମେରିକା କୋଷ୍ଟଗାର୍ଡର ନୂଆ ଓର୍‌ଲିୟନ୍ସ ସେକ୍ଟର କମାଣ୍ଡର କ୍ୟାପଟେନ କେଲି ଡେନିଙ୍ଗ କହିଛନ୍ତି ଯେ ଜଳ ପୃଷ୍ଠରେ ଚମକ ଏବଂ ଦାଗ ଦେଖା ଯାଇଛି। ଯେଉଁ ପାଇପ ଲାଇନରୁ ତେଲ ଲିକ୍ ହୋଇଛି, ତାହାର ଲମ୍ବ ୬୭ ମାଇଲ।

ରିପୋର୍ଟ ମୁତାବକ, ପାଇପଲାଇନ ଗେଜ୍‌ରୁ ସଙ୍କେତ ମିଳିଛି ଯେ ୧.୧ ମିଲିୟନ୍ ଗ୍ୟାଲନ୍ ବା ୪୦.୭ ଲକ୍ଷ ଲିଟର ତେଲ ନଷ୍ଟ ହୋଇଛି। ଏହି କାରଣରୁ ଆମେରିକା ୮.୩୫ ବିଲିୟନ ଟଙ୍କା କ୍ଷତି ସହିଛି। ୨୦୧୦ର ବିପି ତୈଳ ବିପର୍ଯ୍ୟୟ ତୁଳନାରେ ଏହି ମାତ୍ରା ବହୁତ କମ୍। ସେତେବେଳେ ଏକ ତୈଳ ରିଗ୍‌ ବିସ୍ଫୋରଣର ସପ୍ତାହ ମଧ୍ୟରେ ୧୩୪ ମିଲିୟନ ଗ୍ୟାଲନ୍ ତେଲ ଲିକ୍ ହୋଇ ନଷ୍ଟ ହୋଇ ଯାଇଥିଲା।

ସେପଟେ ସେଣ୍ଟର ଫର୍‌ ବାୟୋଲୋଜିକାଲ୍‌ ଡାଇଭର୍ସିଟି (ଜୈବିକ ବିବିଧତା କେନ୍ଦ୍ର) ଏକ ପ୍ରେସ ବିବୃତ୍ତିରେ କହିଛି, ଡଲଫିନ୍‌ ଠାରୁ ଆରମ୍ଭ କରି ପକ୍ଷୀ ଏବଂ ଦୁର୍ଲ୍ଲଭ ହେ୍ଵଲ୍‌ ପର୍ଯ୍ୟନ୍ତ, ଉପସାଗରର ସାମୁଦ୍ରିକ ପ୍ରାଣୀ ପୁଣିଥରେ ବିପଦ ମୁଖରେ ପଡ଼ିଛନ୍ତି। ଶନିବାର ଲୁଇସିୟାନାର ଉପକୂଳରେ ଦୁଇଟି ତେଲିଆ ପେଲିକାନ୍ ପକ୍ଷୀଙ୍କୁ ଦେଖିବାକୁ ମିଳିଥିଲା, ସେମାନେ ସମ୍ଭବତଃ ଲିକ୍‌ ହୋଇଥିବା ତେଲ ସଂସ୍ପର୍ଶରେ ଆସିଥିଲେ।

ad-week
Leave A Reply

Your email address will not be published.