ଶେଷ ପର୍ଯ୍ୟାୟରେ ପହଞ୍ଚିଛି ‘ଆଦିତ୍ୟ- L1’ ମହାକାଶଯାନ…

add-all

ନିଜର ଶେଷ ପର୍ଯ୍ୟାୟରେ ପହଞ୍ଚିଛି ‘ଆଦିତ୍ୟ- L1’ ମହାକାଶଯାନ। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ଅଧ୍ୟକ୍ଷ ଏସ୍‌. ସୋମନାଥ ଏହା କହିଛନ୍ତି। ସୂର୍ଯ୍ୟଙ୍କ ଅଧ୍ୟୟନ ପାଇଁ ଭାରତର ପ୍ରଥମ ମହାକାଶ ଅଭିଯାନ ଅଧୀନରେ ଉତ୍‌କ୍ଷେପଣ ହୋଇଥିଲା ‘ଆଦିତ୍ୟ- L1’, ଯାହା ବର୍ତ୍ତମାନ ନିଜର ଶେଷ ପର୍ଯ୍ୟାୟରେ ଅଛି। L1 ପଏଣ୍ଟରେ ପ୍ରବେଶ କରିବାର ପ୍ରକ୍ରିୟା ୨୦୨୪ ଜାନୁୟାରୀ ୭ ସୁଦ୍ଧା ପୂରା ହେବାର ଆଶା କରାଯାଉଛି।

ପ୍ରଥମ ଧ୍ୱନି ରକେଟ୍ ଉତକ୍ଷେପଣର ୬୦ ବର୍ଷ ଉପଲକ୍ଷେ ବିକ୍ରମ ସାରବାଇ ମହାକାଶ କେନ୍ଦ୍ରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଇସ୍ରୋ ମୁଖ୍ୟ ଏହା କହିଛନ୍ତି। ସେ କହିଛନ୍ତି ଯେ ‘ଆଦିତ୍ୟ ନିଜ ରାସ୍ତାରେ ଅଛି। ମୁଁ ଭାବୁଛି, ଏହା ଅନ୍ତିମ ପର୍ଯ୍ୟାୟ ପାଖାପାଖି ପହଞ୍ଚିଯାଇଛି’।

ସୂଚନାଥାଉ କି, ଆଦିତ୍ୟ L1କୁ ସେପ୍ଟେମ୍ବର ୨ରେ ଶ୍ରୀହାରିକୋଟାସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ରରୁ ସଫଳତାର ସହ ଲଞ୍ଚ କରାଯାଇଥିଲା। ଇସ୍ରୋ ମୁତାବକ, ସୂର୍ଯ୍ୟଙ୍କ ଅଧ୍ୟୟନ ପାଇଁ ‘ଆଦିତ୍ୟ- L1’ ହେଉଛି ପ୍ରଥମ ମହାକାଶ ଆଧାରିତ ଅବ୍‌ଜରଭେଟୋରୀ। ଏହି ମହାକାଶଯାନ ୧୨୫ ଦିନ ମଧ୍ୟରେ ପୃଥିବୀଠାରୁ ପ୍ରାୟ ୧୫ ଲକ୍ଷ କିଲୋମିଟର ଯାତ୍ରା କରିବା ପରେ ‘L1’ ବିନ୍ଦୁ ପାଖରେ ଏକ ପ୍ରଭାମଣ୍ଡଳ କକ୍ଷରେ ସ୍ଥାପିତ ହେବ ।

ad-week
Leave A Reply

Your email address will not be published.