ସାନ ଭଉଣୀକୁ ବଞ୍ଚାଇବାକୁ ଯାଇ ବୁଡ଼ିଗଲେ ୩ ଭାଇ

kalipuja

ନୂଆଦିଲ୍ଲୀ: ରାଜସ୍ଥାନ ବିକାନେର ଜିଲା ଛତରଗଡ ଅଞ୍ଚଳରେ ବୁଧବାର ଏକ ଦୁଃଖଦ ଘଟଣା ଘଟିଛି । ପୋଖରୀରେ ବୁଡ଼ି ଯାଉଥିବା ସାନ ଭଉଣୀକୁ ଉଦ୍ଧାର କରିବାକୁ ଯାଇ ୩ ବଡ଼ଭାଇ ସଲୀଳ ସମାଧି ନେଇଛନ୍ତି । ଭାଇ ଭଉଣୀଙ୍କୁ ମିଶାଇ ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ ଗାଁରେ ଶୋକାକୂଳ ପରିସ୍ଥିତି ସୃଷ୍ଟି କରିଛି ।
ମିଳିଥିବା ଖବର ଅନୁଯାୟୀ ବୁଧବାର ଦିନ ପ୍ରାୟ ୧୨.୧୫ ମିନିଟ୍ ସମୟରେ ଏଠାକାର ଛକ-୯ ନିକଟରେ ଚାଷ ପାଇଁ ଖୋଳା ଯାଇଥିବା ଏକ ପୋଖରୀରେ ଜଣେ ୧୪ ବର୍ଷୀୟା ନାବାଳିକାଙ୍କର ଗୋଡ଼ ଖସି ଯିବାରୁ ସେ ବୁଡ଼ି ଯାଇଥିଲେ । ତାଙ୍କ ଚିତ୍କାର ଶୁଣି ପାଖରେ ଥିବା ତାଙ୍କ ୧୮ ବର୍ଷ ଓ ୧୬ ବର୍ଷର ୨ ଭାଇ ମଧ୍ୟ ପୋଖରୀ ମଧ୍ୟକୁ ଡେଇଁ ପଡିଥିଲେ । ତେବେ ସେମାନେ ବି ପହଁରା ଶିଖି ନ ଥିବାରୁ ପାଣିରେ ବୁଡି ଯାଇଥିଲେ । ସେମାନଙ୍କ ଚିତ୍କାର ଶୁଣି ପାଖରେ ଥିବା ୨୧ ବର୍ଷୀୟ ବଡ଼ବାପା ପୁଅ ଭାଇ ମଧ୍ୟ ନିଜ ସାନ ଭାଇ ଭଉଣୀଙ୍କୁ ବଂଚାଇବାକୁ ପୋଖରୀକୁ ଡେଇଁ ପଡିଥିଲେ । ବିଧିର ବିଧାନ କିନ୍ତୁ ଥିଲା ଅଲଗା । ମୃତ୍ୟୁର ଫାସରୁ କେହି ବି ମୁକୁଳି ପାରି ନ ଥିଲେ । ମାତ୍ର କେଇ ସେକେଣ୍ଡ ମଧ୍ୟରେ ହାତ ଧରାଧରି ହୋଇ ୪ ଭାଇ ଭଉଣୀ ପୋଖରୀର ଗଭୀର ଜଳାରାଶିରେ ସଲୀଳ ସମାଧି ନେଇଗଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହି ଘଟଣାକୁ ନେଇ ଗାଁରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି ।

ad-week
Leave A Reply

Your email address will not be published.