
ନୂଆଦିଲ୍ଲୀ : ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଛି । ବୁଧବାର ସକାଳେ ଅସୁସ୍ଥ ହେବା ପରେ ତାଙ୍କୁ ଦିଲ୍ଲୀସ୍ଥିତ AIIMS ରେ ଭର୍ତ୍ତି କରାଯାଇଛି । ସକାଳେ ମର୍ଣ୍ଣିଂ ୱାକରେ ବାହାରିଥିବା ସମୟରେ ସେ ହଠାତ୍ ଅଚେତ ହୋଇ ତଳେ ପଡ଼ିଯାଇଥିଲେ । ପ୍ରାୟ କିଛି ମିନିଟ୍ ପର୍ଯ୍ୟନ୍ତ ସେ ଅଚେତ ଅବସ୍ଥାରେ ରହିଥିଲେ ।
ଘଟଣା ପରେ ତାଙ୍କ ସହ ଥିବା ସୁରକ୍ଷାକର୍ମୀମାନେ ତୁରନ୍ତ ତାଙ୍କୁ PCR ଗାଡ଼ିରେ ଘରକୁ ନେଇଥିଲେ । ଏହାପରେ ଇନଷ୍ଟିଚ୍ୟୁଟ୍ ଅଫ୍ ଲିଭର ଆଣ୍ଡ ବିଲିୟାରି ସାଇନ୍ସେସ୍ (ILBS)ର ଡାକ୍ତରୀ ଟିମ୍ ଏବଂ AIIMSର ବରିଷ୍ଠ ଡାକ୍ତର ଘଟଣାସ୍ଥଳରେ ପହଞ୍ଚି ତାଙ୍କର ପ୍ରାଥମିକ ଚିକିତ୍ସା କରିଥିଲେ ।
ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ଡାକ୍ତରମାନେ ତାଙ୍କୁ ତୁରନ୍ତ ହସ୍ପିଟାଲ ନେବାକୁ ପରାମର୍ଶ ଦେଇଥିଲେ । ଏହାପରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଦିଲ୍ଲୀ AIIMSକୁ ନିଆଯାଇଥିଲା । ସେଠାରେ କାର୍ଡିଓଲୋଜି ବିଭାଗର ଡାକ୍ତରମାନଙ୍କ ତତ୍ତ୍ୱାବଧାନରେ ତାଙ୍କର ଚିକିତ୍ସା ଚାଲିଛି ।
