ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେଲେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ…

add-all

Paradeep_1701088799

ପାରାଦୀପ: ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେଲେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ। ଆଜି ପାରାଦୀପ ଗସ୍ତ ବେଳେ ହେଲିକ୍ୟାପ୍ଟରରେ ଦିନ ୯ଟା ୩୦ମିନିଟରେ ଗୋପବନ୍ଧୁ ଷ୍ଟାଡିୟମ ପହଞ୍ଚିଥିଲେ। ସେଠାରୁ ବୋଇତ ବନ୍ଦାଣ ଉତ୍ସବରେ ଯୋଗ ଦେବାକୁ କାରକେଟରେ ପାରାଦୀପ ନିଷିଦ୍ଧାଞ୍ଚଳକୁ ଯାଉଥିବା ବେଳେ ନୂଆବଜାର ସାଇ ମନ୍ଦିର ପାଖରେ ଗାଡିରୁ ଓହ୍ଲାଇ ଚାଲିଚାଲି ଗଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ରାସ୍ତା କଡରେ ତାଙ୍କୁ ଦେଖିବାକୁ ସକାଳ ପ୍ରହରୁ ଅପେକ୍ଷା କରିଥିଲେ ଅନେକ ଜନସାଧାରଣ ଓ ସ୍କୁଲ ଛାତ୍ରଛାତ୍ରୀ। ତେବେ ମହାମହିମ କାରକେଟରୁ ବାହାରି ଆସି ପିଲାଙ୍କ ପାଖକୁ ଯାଇ ହାତ ମିଳାଇବା ସହ ଚକୋଲେଟ୍ ବାଣ୍ଟିଲେ। ଯାହାକୁ ନେଇ ବେଶ ଖୁସି ବ୍ୟକ୍ତ କରିଛନ୍ତି ପିଲାମାନେ। ଅତି ନିକଟରୁ ମହାମହିମଙ୍କୁ ଦେଖିବା ଓ ତାଙ୍କ ସହ ହାତ ମିଳାଇ ତାଙ୍କଠାରୁ ଚକୋଲେଟ୍ ପାଇବା ଅତି ସୌଭାଗ୍ୟର କଥା ବୋଲି କହିଛନ୍ତି ଛାତ୍ରଛାତ୍ରୀ।

ad-week
Leave A Reply

Your email address will not be published.