ବାହାରିଲା ଅଗର ମେସିନ୍‌ର ଭଗ୍ନାଂଶ…

add-all

IMAGE_1701078256

ଟନେଲ ଭିତରୁ କେବେ ବାହାରିବେ ୪୧ ଶ୍ରମିକ। ଏହାକୁ ସମସ୍ତେ ଅପେକ୍ଷା କରି ରହିଛିନ୍ତି। ଏହାରି ଭିତରେ ରେସ୍କ୍ୟୁ ଟିମ୍‌କୁ ମିଳିଛି ଏକ ବଡ଼ ସଫଳତା। ଟନେଲ ଭିତରେ ଫଶି ରହିଥିବା ଆମେରିକା ଅଗର ମେସିନ୍‌ର ବ୍ଲେଡ୍‌କୁ ବାହାର କରାଯାଇଛି। ପ୍ଲାଜମା କଟର୍‌ରେ କାଟି ଏହି ଭଗ୍ନାଂଶକୁ ବାହାର କରିଛନ୍ତି ରେସ୍କ୍ୟୁ ଟିମ୍‌। ଏହାପରେ ଏବେ ହାତରେ ଭର୍ଟିକାଲି ଖୋଳା ଚାଲିଛି। ଏନେଇ ଉଦ୍ଧାର କାମରେ ନିୟୋଜିତ ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ଉତ୍ତରକାଶୀର ଏହି ଟନେଲ ଭିତରେ ଦୀର୍ଘ ୧୫ ଦିନ ହେବ ୪୧ ଶ୍ରମିକ ଫଶି ରହିଛନ୍ତି। ଏମାନଙ୍କୁ ଉଦ୍ଧାର କରିବା ପାଇଁ ସମସ୍ତ ପ୍ରୟାସ ଜାରି ରହିଛି। ମଧ୍ୟାହ୍ନରେ ଭର୍ଟିକାଲ ଡ୍ରିଲିଂ କାମ ଆରମ୍ଭ ହୋଇଛି। ୨୦ ମିଟର ଡ୍ରିଲିଂ ସରିଛି। ସେପଟେ ୮୦୦ ଏମ୍‌ଏମ୍‌ ପାଇପ ଭିତରେ ଯାଇ ରେସ୍କ୍ୟୁ ଟିମ୍‌ ହାତରେ ଖୋଳିବା ମଧ୍ୟ ଜାରି ରଖିଛନ୍ତି। ସେପଟେ ଆମେରିକୀୟ ଡ୍ରିଲିଂ ମେସିନ୍ ମରାମତି କାମ ମଧ୍ୟ ଚାଲିଛି ବୋଲି ଏନ୍‌ଡିଆର୍‌ଏଫ୍‌ ସଦସ୍ୟ ସୈୟଦ ଅତା ହସନେନ୍‌ କହିଛନ୍ତି।

ସୁଡ଼ଙ୍ଗ ଭିତରୁ ଶ୍ରମିକଙ୍କୁ ବାହାରକୁ ଆଣିବା ପାଇଁ ଏକା ସହ ୫ଟି ଯୋଜନା ଉପରେ କାମ ଚାଲିଛି। ଦେଶୀ ଓ ବିଦେଶୀ ମେସିନ୍‌ ଓ ବିଶେଷଜ୍ଞଙ୍କ ସହାୟତାରେ ସେମାନଙ୍କୁ ବାହାର କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାମ ଲାଗିଛି। ଟନେଲ ଉପର ପଟୁ ମଧ୍ୟ ଡ୍ରିଲିଂ କରାଯାଉଛି। ତିନୋଟି ସ୍ତାନରେ ଭର୍ଟିକାଲ ଡ୍ରିଲିଂ ଚାଲିଛି। ସୁଡଙ୍ଗର ଅପରପାର୍ଶ୍ୱ ତଥା ବାଡକୋଟ୍‌ ସାଇଟ୍‌ରେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏଠାରେ ଟିଏଚ୍‌ଡିସି ୪ଟି ବିସ୍ଫୋରଣ କରି ୧୦.୭ ମିଟର ରାସ୍ତା ତିଆରି କରି ସାରିଲେଣି। ଏଥିସହ ୪୮୩ ମିଟରରେ ଦୂରରେ ୨ ମିଟର ଚଉଡା ପାଇପ୍‌ ପକାଯାଇଛି।

ଉଲ୍ଲେଖଯୋଗ୍ୟ, ଉଦ୍ଧାକାରୀ ଦଳ ଫଶି ରହିଥିବା ଶ୍ରମିକଙ୍କ ଠାରୁ ମାତ୍ର ୧୦ରୁ ୧୨ ମିଟର ଦୂରତାରେ ଅଛନ୍ତି। କିନ୍ତୁ ଶୁକ୍ରବାର ଅଗର ମେସିନର ସମ୍ମୁଖ ଭାଗ ଲୁହା ଓ କଂକ୍ରିଟରେ ପିଟି ହୋଇ ଭାଙ୍ଗି ଯାଇଥିବାରୁ ଖନନ କାର୍ଯ୍ୟ ବନ୍ଦ ହୋଇଯାଇଥିଲା।

ad-week
Leave A Reply

Your email address will not be published.