ତିନି ଛୁଆଙ୍କୁ ବିଷ ଦେଇ ଝୁଲିପଡିଲେ ଦମ୍ପତି…

add-all

IMAGE_1701074531

କର୍ଣ୍ଣାଟକର ତୁମକୁରରେ ଘଟିଛି ଏକ ହୃଦୟ ବିଦାରକ ଘଟଣା। ଏଠାରେ ଗୋଟିଏ ପରିବାରର ପାଞ୍ଚ ଜଣ ସଦସ୍ୟଙ୍କ ଦୁଃଖଦ ମୃତ୍ୟୁ ଘଟିଛି। ସ୍ୱାମୀ ଓ ସ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇ ଥିବାବେଳେ ଖଟ ଉପରେ ପଡିଛି ତିନି ପିଲାଙ୍କ ମୃତଦେହ। ଛୁଆମାନଙ୍କୁ ମାରିବା ପରେ ବାପା-ମାଆ ଝୁଲି ପଡିଥିବା ସନ୍ଦେହ କରାଯାଉଛି।

ମୃତ ଦମ୍ପତି ହେଉଛନ୍ତି ଗରନେବ ସାବ(46) ଏବଂ ପତ୍ନୀ ସୁମୟା (33)ଙ୍କ ସମେତ ତିନି ପିଲା- ହାଜିରା(14), ମହମ୍ମଦ ସୁବାନ(11) ) ଏବଂ ମହମ୍ମଦ ମୁନୀର୍(9)। ଗତକାଲି ସନ୍ଧ୍ୟା ସମୟରେ ଏମାନଙ୍କ ମୃତ୍ୟୁ ଘଟିଛି।

ସୂଚନା ଅନୁସାରେ, ମୃତ ଗରନେବ କବାବ ବିକ୍ରି କରୁଥିଲେ। ବ୍ୟବସାୟରେ ସମସ୍ୟା ସହ ସେ କିଛି ଦିନ ହେବ ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲେ। ଏହି କାରଣରୁ ଦମ୍ପତି ଏପରି ଚରମ ନିଷ୍ପତ୍ତି ନେଇଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି।

ମୃତ୍ୟୁ ପୂର୍ବରୁ ଗରନେବ ଏକ ଭିଡିଓ ମଧ୍ୟ ଜାରି କରିଛନ୍ତି। ସେ ଏଥିରେ ଆର୍ଥିକ ସଙ୍କଟରେ ଥିବା କହିଛନ୍ତି। ଏପରିକି ଋଣ ଦେଇଥିବା ବ୍ୟକ୍ତି ଖଲନ୍ଦର ତାଙ୍କୁ ଏବଂ ତାଙ୍କ ପରିବାରକୁ ବାରମ୍ବାର ହଇରାଣ କରୁଥିବା କହିଛନ୍ତି। ଆର୍ଥିକ ଓ ମାନସିକ ନିର୍ଯାତନା ସହିନପାରି ତିନି ପିଲାଙ୍କୁ ବିଷ ଦେଇ ମାରିବା ପରେ ଝୁଲି ପଡିଛନ୍ତି ଦମ୍ପତି।

ଖଲନ୍ଦରଙ୍କ ସମେତ ତାଙ୍କ ଝିଅ ସାନିଆ, ପୁଅ ଶାହବାଜ, ସେମାନଙ୍କ ପଡୋଶୀ ଶବାନା ଏବଂ ତାଙ୍କ ଝିଅଙ୍କ ନାମରେ ମଧ୍ୟ ଅଭିଯୋଗ କରିଛନ୍ତି ଗରନେବ। ଏମାନେ ସବୁବେଳେ ତାଙ୍କ ପରିବାର ସଦସ୍ୟଙ୍କୁ ଦୁର୍ବ୍ୟବହାର କରୁଥିବା ଭିଡିଓରେ କହିଛନ୍ତି। ପୁଲିସ ଏନେଇ ଏକ ମାମଲା ରୁଜୁ କରିବା ସହ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।

ad-week
Leave A Reply

Your email address will not be published.