ମାର୍କେଟ ବ୍ୟବସ୍ଥା ବି କରାଯାଇଛି, ଏପରିକି କେନ୍ଦ୍ର ସରକାର ଏହି କ୍ଷେତ୍ରର ଅନେକ ବ୍ୟକ୍ତି ଵିଶେଷଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି | ବିଲୁପ୍ତ ପ୍ରାୟ କଳାକୁ ଆଗକୁ ନେଇକି ଯିବା କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ | ଜି ୨୦ ସମ୍ମିଳନୀରେ ବି ପ୍ରଧାନମନ୍ତ୍ରୀ ସେ କଥାକୁ ଗୁରୁତ୍ୱ ଦେଇଛନ୍ତି | ପ୍ରତ୍ୟେକ ରାଜ୍ୟରେ ଗୋଟିଏ ଲେଖାଏଁ ମେଗା ଟେକ୍ସଟାଇଲ ପାର୍କ ନିର୍ମାଣ କରିବା ଯୋଜନା କରିଥିଲେ କେନ୍ଦ୍ର ସରକାର | ହଜାର ଏକର ଜମିରେ ୧୦ ହଜାର କୋଟି ନିବେଶରେ ହୋଇଥାନ୍ତା ମେଗା ଟେକ୍ସଟାଇଲ ପାର୍କ | ଯେଉଁଥିରେ ୫୧ ପ୍ରତିଶତ ରାଜ୍ୟ ସରକାର ଏବଂ ୪୯ ପ୍ରତିଶତ କେନ୍ଦ୍ର ସରକାର ଅଂଶୀଦାର ରହିଥାନ୍ତା | ଅର୍ଥାତ ମାଲିକାନା ରାଜ୍ୟ ସରକାରଙ୍କ ନିକଟରେ ରହିଥାନ୍ତା |
