ବ୍ରାହ୍ମଣୀଗାଁ ଡାକ୍ତର ଖାନାର ହାଇମାକ୍ସ ଲାଇଟ ଦୀର୍ଘ ୭ମାସ ପରେ ଜଳିଲା…

add-all

ଦାରିଙ୍ଗବାଡ଼ି, ୨୯/୧୧, କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଡାକ୍ତର ଖାନା ପରିସରରେ ବିଧାୟକ ପାଣ୍ଠି ଅନୁଦାନରୁ ହାଇମାକ୍ସ ଲାଇଟ ଏକ ଏଜେନ୍ସି ମାଧ୍ୟମରେ ଲଗା ଯାଇଥିଲା। କିଛି ଦିନ ଭଲଭାବେ ଲାଇଟ ଜଳିବା ପରେ ଖରାପ ହୋଇଗଲା। ଯାହାରି ଫଳରେ ମେଡ଼ିକାଲ ପରିସର ସନ୍ଧ୍ୟା ସମୟରେ ଅନ୍ଧକାର ହୋଇ ରହିଲା। ଡାକ୍ତର ଖାନା ପକ୍ଷରୁ ଏଜେନ୍ସି କୁ ହାଇମାକ୍ସ ଲାଇଟ ଖରାପ ଥିବା ସୂଚନା ଦିଆଗଲା। ହେଲେ ଇତି ମଧ୍ୟରେ ଦୀର୍ଘ ପ୍ରାୟ ୭ ମାସ ବିତି ଯାଇଥିଲେ ସୁଧା ଏଜେନ୍ସି ପକ୍ଷରୁ ହାଇମାକ୍ସ ଲାଇଟ ସଜଡ଼ା ଗଲାନାହିଁ। ଜରୁରୀ ପରିସ୍ଥିତିରେ ଡାକ୍ତରଖାନାକୁ ଆସୁ ଥିବା ଲୋକ ଅନ୍ଧାରରେ ଚଳ ପ୍ରଚଳ କରିବାରେ ବହୁ ଅସୁବିଧାର ସମ୍ମୁଖିନ ହେଉଥିଲେ। ଏହି ସମସ୍ୟା ହୃଦବୋଧ କରି କିଛି ସ୍ବେଛାସେବୀ ଓ ଆମ୍ବୁଲାନ୍ସ ଡ୍ରାଇଭର ଶିବ ପାଣି ଗ୍ରାହୀ, ସନ୍ତୋଷ କୁମାର ସାହୁ, ସଂଗ୍ରାମ ବେହେରଦଳେଇଙ୍କ ସହିତ ୧୦୮ ଆମ୍ବୁଲାନ୍ସ ଷ୍ଟାପଙ୍କ ମିଳିତ ସହଯୋଗରେ ହାଇମାକ୍ସ ଲାଇଟ ସଜଡ଼ା ଯାଇଛି। ଯାହାରି ଫଳରେ ସଂଧ୍ୟା ସମୟରେ ମେଡ଼ିକାଲ ପରିସର ଆଉ ଅନ୍ଧକାର ରହୁନାହିଁ। ପ୍ରକାଶ ଥାଉକି ବ୍ଲକ ଅଞ୍ଚଳର ୮ଗୋଟି ଗ୍ରାମ ପଞ୍ଚାୟତ ସହିତ ଗଜପତି ଜିଲା ମୋହନା ବ୍ଲକ ଅଧିନସ୍ତ ପାଣିଗଣ୍ଡା ଓ କଟାମା ପଞ୍ଚାୟତ ବାସୀ ଜରୁରୀ ପରିସ୍ଥିତିରେ ବ୍ରାହ୍ମଣୀଗାଁ ମେଡ଼ିକାଲ ଉପରେ ନିର୍ଭର କରି ଆସୁଛନ୍ତି। ମେଡ଼ିକାଲ ଲାଇଟ ସଜାଡା ଯାଇଥିବାରୁ ଅଞ୍ଚଳ ବାସୀ ଡ୍ରାଇଭର ଷ୍ଟାପଙ୍କୁ ସାଧୁବାଦ ଜଣାଇଛନ୍ତି।

ad-week
Leave A Reply

Your email address will not be published.