ଶାନ୍ତିଶୃଙ୍ଖଳା ସହ ସରିଲା ଚିକିଟୀ ଉପନିର୍ବାଚନ

add-all

ଚିକିଟୀ : ଚିକିଟୀ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଦୀର୍ଘ ଦିନ ହେଲା ତିନି ନମ୍ବର ୱାର୍ଡରେ ଖାଲି ଥିବା କାଉନ୍ସିଲର ପଦବୀ ସକାଶେ ଆଜି ପୂର୍ବାହ୍ନରେ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିଲା।ସୂଚନା ପ୍ରକାରେ ଗତ କିଛିଦିନ ତଳେ ଏଠାକାର ତିନି ନମ୍ବର ୱାର୍ଡର କାଉନ୍ସିଲର ଭାବେ ଚିକିଟୀ ବିଧାୟିକା ଶ୍ରୀମତୀ ଉଷାଦେବୀଙ୍କ ଦିଅର ଦୁର୍ଗା ପ୍ରସାଦ ଦେଓ (ସାନ ଦେଓ ) ରୂପେ ବିଜୟ ହେବା ପରେ ଉପାଧକ୍ଷ ପଦ ସମ୍ବାଳି ଥିଲେ। କିଛି ଦିନ ପରେ ଶ୍ରୀଯୁକ୍ତ ଦେଓଙ୍କ ଦେହାନ୍ତ ହୋଇଯିବା ପରେ ଉକ୍ତ ପଦବୀ ସକାଶେ ଗତ ଦିନରେ ହରପ୍ରସାଦ ଚୌଧୁରୀ.ବିଜେଡି,ଅନନ୍ତ ରାମ ପାଣିଗ୍ରାହୀ.ବିଜେପି ଦଳ ତରଫରୁ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଆଜି ପୂର୍ବାହ୍ନରେ ମତଦାନ ଆରମ୍ଭ ହୋଇ ଅପରାହ୍ନ ମତଦାନ ଶେଷ ସୁଧା ମୋଟ ୬୪୩ ଭୋଟ ରୁ ୫୦୧ ଜଣ ଭୋଟର ମତଦାନ କରିଥିଲେ। ବିନା ଗଣ୍ଡଗୋଳରେ ଶାନ୍ତିଶୃଙ୍ଖଳା ସହ ଭୋଟ କରାଇ ପାରିଥିବାରୁ ନିର୍ବାଚନ ଅଧିକାରୀ ଓ ପ୍ରଶାସନକୁ ତିନି ନମ୍ବର ୱାର୍ଡ ବାସିନ୍ଦା ଅଭିନନ୍ଦନ ସହିତ ଧନ୍ୟବାଦ ଜଣାଇଛନ୍ତି।

ad-week
Leave A Reply

Your email address will not be published.