ଶରଦ ପାଓ୍ବାରଙ୍କ ଇସ୍ତଫା ଏକ ନାଟକ ଥିଲା : ଅଜିତ

add-all

CE4lvqJ4LZxaQhzhLxY9

ମୁମ୍ବାଇ : ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଶୁକ୍ରବାର ତାଙ୍କ ଚାଚା ତଥା ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ସଭାପତି ଶରଦ ପାୱାରଙ୍କୁ ନେଇ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି ଯେ ଶରଦ ପାୱାରଙ୍କ ସଭାପତି ପଦରୁ ଇସ୍ତଫା ଦେବା ଏକ ନାଟକ ଥିଲା । “ଆମେ ସମସ୍ତେ ଶରଦ ପାୱାରଙ୍କୁ ବାରମ୍ବାର କହୁଥିଲୁ ଯେ ଆମେ କାମ ପାଇଁ ସରକାରରେ ସାମିଲ ହେବା ଉଚିତ,” ।

ରାୟଗଡ଼ ଜିଲ୍ଲାରେ ଦଳୀୟ ବୈଠକରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅଜିତ ପାୱାର କହିଛନ୍ତି, “ଆମେ ଶରଦ ପାୱାର (ସାହେବ)ଙ୍କୁ ଭେଟି ତାଙ୍କୁ ଏହା କହିଥିଲୁ। ଏହାପରେ ସେ କହିଥିଲେ ଯେ ଆମେ ଇସ୍ତଫା ଦେବୁ, ଆମେ ୪ ଜଣ ତାଙ୍କ ଇସ୍ତଫା ବିଷୟରେ ପୂର୍ବରୁ ଜାଣିଥିଲୁ। ଶରଦ ପାୱାର କହିଥିଲେ ଯେ ତୁମେ ସରକାରରେ ଯୋଗ ଦିଅ ଏବଂ ମୁଁ ଇସ୍ତଫା ଦେଉଛି, ସୁପ୍ରିୟା ସୁଲେ ମଧ୍ୟ ସେହି ସମୟରେ ସରକାରରେ ଯୋଗ ଦେବାକୁ ସମର୍ଥନ କରୁଥିଲେ ।

ସେ ଆହୁରି ମଧ୍ୟ କହିଥିଲେ ଯେ ଶରଦ ପାଓ୍ବାରଙ୍କ ଇସ୍ତଫା ଏକ ସୁପରିକଳ୍ପିତ ନାଟକ ଥିଲା । ଯୋଜନା ମୁତାବକ ଶରଦ ଇସ୍ତଫା ଦେଇଥିଲେ ଓ ତାଙ୍କ ସମର୍ଥକମାନେ ପ୍ରତିବାଦ କରି ତାଙ୍କୁ ଇସ୍ତଫା ପ୍ରତ୍ୟାହାର ପାଇଁ ଦାବି କରିଥିଲେ । ଏହାପରେ ସେ ଇସ୍ତଫା ପ୍ରତ୍ୟାହାର କରି ନେଇଥିଲେ। ଯଦି ସେ ଇସ୍ତଫା ଦେବାକୁ ଚାହୁଁନଥିଲେ, ତେବେ ଏଭଳି ନାଟକ କାହିଁକି?

ad-week
Leave A Reply

Your email address will not be published.