ଭିନ୍ନକ୍ଷମ ପିଲାଙ୍କୁ ଆବଶ୍ୟକ ଉପକରଣ ପ୍ରଦାନ…

add-all

ଦାରିଙ୍ଗବାଡ଼ି,୧/୧୨ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକରେ ଭିନ୍ନକ୍ଷମ ପିଲାଙ୍କୁ ଆବଶ୍ୟକ ଉପକରଣ ପ୍ରଦାନ କରିବା ଓ ଆବଶ୍ୟକ ଚିକିତ୍ସା କରିବା ପାଇଁ ରାପଡ଼ାବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆୟୋଜନ କରାଯାଇଥିଲା । ଗୋଷ୍ଠୀ ଶିକ୍ଷା ଅଧିକାରୀ ରାସାନନ୍ଦ କରଙ୍କ ଅଧ୍ୟକ୍ଷତାରେ ଅତିଥି ଭାବେ ସମିତି ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ବିଡିଓ ଗଦାଧର ପାତ୍ର, ତହସିଲଦାର ଶରତ ଶବର,ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋକୁଳ ଚନ୍ଦ୍ର ନାୟକ,ବନମାଳୀ ମାଝୀ, ଯୋଗଦେଇ ବିଭିନ୍ନ ଉପକରଣ ପ୍ରଦାନ କରିଥିଲେ ।ଚିହ୍ନଟି କାରଣ ପାଇଁ ଡା.ଅମିତ ମିଶ୍ର ଓ ଡା. ଏ.ଜୟଚନ୍ଦ୍ର ଯୋଗଦେଇ ଥିଲେ । ଚିହ୍ନଟ କାର୍ଯ୍ୟକ୍ରମରେ ୬୨ଜଣ ଭିନ୍ନକ୍ଷମ ପିଲା ଯୋଗଦେଇ ଚିହ୍ନଟ ହୋଇଥିଲେ । ସେଥିମଧ୍ୟରୁ ୨୧ଜଣଙ୍କୁ ଟ୍ରାଇ ସାଇକେଲ, ୯ଜଣଙ୍କୁ ଶ୍ରାବଣ ଯନ୍ତ୍ର ଓ ୨ଜଣଙ୍କୁ ହୁଇଲ ଚ୍ୟାର ଅତିଥି ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ବିଆରଟି ମିହିର କୁମାର ତ୍ରିପାଠୀ, ନିହାର ରଞ୍ଜନ ଦାସ, ରଶ୍ମିତା ସେନାପତି, ମାନସ ଷଡ଼ଙ୍ଗୀ ଓ ଶିକ୍ଷକ ପ୍ରଶାନ୍ତ କୁମାର ସାହୁ ପରିଚାଳନାରେ ନେତୃତ୍ୱ ନେଇଥିଲେ ।

ad-week
Leave A Reply

Your email address will not be published.