ନିସର୍ତ୍ତର ପ୍ରଭାବ : ଆସିକାରେ ବୁଲିଲା ମଶାମରା ଟିପା ମେସିନ

add-all


ବ୍ରହ୍ମପୁର : ଗତ ମଙ୍ଗଳବାର ଦିନ ଆସିକା ରେ ମଶା ଙ୍କ ଦୌରାତ୍ମ୍ୟ ସହର ବାସୀ ଅସ୍ତ ବ୍ୟସ୍ତ ବୋଲି ଖବର ପ୍ରକାଶ ହୋଇଥିଲା। ଆଜି ସନ୍ଧ୍ୟା ବେଳେ ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସହର ର ବିଭିନ୍ନ ୱାର୍ଡ ରେ ମଶା ମରା ଟିପା ମେସିନ ସାହାଯ୍ୟ ରେ ଧୂଆଁ ମରାଯାଇଥିଲା।ଦୀର୍ଘ ଦିନ ପରେ ମଶା ମରା ଟିପା ମେସିନ ବୁଲିବା ଦ୍ୱାରା ମଶା ଙ୍କ ସଂଖ୍ୟା ହ୍ରାସ ହେବ ବୋଲି ଲୋକେ ଆଶ୍ବସ୍ତି ହୋଇଛନ୍ତି। ସହର ରେ ଥିବା ବିଭିନ୍ନ ୱାର୍ଡ ର ଡ୍ରେନେଜ ରେ ଢାଙ୍କୁଣୀ କାଢି ମଶା ମରା ତେଲ ଛିଞ୍ଚନ କରିବାକୁ ଦାବୀ ହେଉଛି। ବିଳମ୍ବ ରେ ହେଲେ ବି ଟିପା ମେସିନ ବୁଲିବା କୁ ଲୋକେ ସ୍ୱାଗତ କରିଛନ୍ତି।ପ୍ରକାଶ ଥାଉ କି ଆସିକା ରେ ବିଭିନ୍ନ ୱାର୍ଡ଼ ରେ ଡଷ୍ଟବିନ ରଖା ଯାଇଥିଲା ଲୋକେ ମଇଳା ପକାଇବା ପାଇଁ ଦୀର୍ଘ ମାସ ହେଲା ଡଷ୍ଟବିନ ଗୁଡିକର ଦେଖା ମିଳୁନି। କେତେକ ସ୍ଥାନରେ ଡଷ୍ଟବିନ କୁ ଓଲଟା ଭାବେ ରଖା ଯାଇଥିବା ଦେଖିବାକୁ ମିଳୁଛି।

ad-week
Leave A Reply

Your email address will not be published.