
ଚିକିଟୀ : ସ୍ଥାନୀୟ ଚିକିଟୀ ପେଣ୍ଠ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ୨୫ତମ ବାର୍ଷିକ ଖେଳକୁଦର ଉଦ୍ଘାଟନ ସମାରୋହ ମିନିଷ୍ଟାଡିୟମ୍ ରେ ଅନୁଷ୍ଠିତ ହୋଇଯାଇଛି। ଉଦ୍ଘାଟନୀ ଉତ୍ସବରେ ଉଦ୍ଘାଟକ ଶ୍ରୀ ପ୍ରତାପ ଚନ୍ଦ୍ର ସାହୁ (କ୍ରୀଡା ଶିକ୍ଷକ), ଅନୁଷ୍ଠାନର ସଭାପତି ଶ୍ରୀ ପି.ରାମାରାଓ ସୁବୁଦ୍ଧି, ସମ୍ପାଦକ ଶ୍ରୀ କୃଷ୍ଣଚନ୍ଦ୍ର ସାହୁ ଓ ଉପସଭାପତି ଶ୍ରୀ ସନ୍ତୋଷ କୁମାର ସାହୁ ଏବଂ ଯୁଗ୍ମସମ୍ପାଦକ ଶ୍ରୀ କେ. ସୀମାଞ୍ଚଳ ପ୍ରଧାନାଚାର୍ଯ୍ୟ ନିରଞ୍ଜନ ବିଷୋୟୀ ସଦୟ ଉପସ୍ଥିତ ରହି ପ୍ରତିଯୋଗିତାର ଶୁଭାରମ୍ଭ କରିଛନ୍ତି। ବିଦ୍ୟାଳୟର ଶିଶୁ ବାଟିକା, ପ୍ରାକ୍ ଶିଶୁ ବିଭାଗ, ବାଲ ବିଭାଗ ଓ କିଶୋର ବିଭାଗର ଦୌଡ,ଲମ୍ୱଡିଆଁ, ଆଳୁ ଚାମଚ,ବେଙ୍ଗଡିଆଁ, ମାଳିଗୁନ୍ଥା ଆଦି ପ୍ରତିଯୋଗିତାରେ ୫୫୦ ଜଣ ଅଂଶଗ୍ରହଣ କରି ନିଜର ଦକ୍ଷତା ପ୍ରଦର୍ଶନ କରିଛନ୍ତି। ଖେଳ ଶିକ୍ଷକ ରଘୁନାଥ ପାଣିଗ୍ରାହୀଙ୍କ ତତ୍ତ୍ୱାବଧାନରେ ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କ୍ରୀଡା ପ୍ରତିଯୋଗିତାର ସଫଳ ରୂପାୟନ ହୋଇପାରିଛି।