ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇପାରେ…

add-all

ମସ୍କୋ: ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଇତିମଧ୍ୟରେ ଜଣେ ଆମେରିକୀୟ ସାମ୍ବାଦିକ ସେମୋର ହର୍ଶ ଏକ ବଡ଼ ଦାବି କରିଛନ୍ତି । ଏକ ରିପୋର୍ଟରେ ସେ କହିଛନ୍ତି ଯେ ରୁଷ୍ ଏବଂ ୟୁକ୍ରେନ୍ ମଧ୍ୟରେ ଏକ ଗୁରୁତ୍ବପୂର୍ଣ୍ଣ ଶାନ୍ତି ଆଲୋଚନା ଜାରି ରହିଛି। ୟୁକ୍ରେନର ଜେନେରାଲ ଭାଲେରୀ ଜାଲୁଜନି ଏବଂ ରୁଷିଆର ଜେନେରାଲ ଭାଲେରୀ ଗେରାସିମୋଭ ପରଦା ପଛରେ ଏକ ଚୁକ୍ତି ପାଇଁ ଆଲୋଚନା କରୁଛନ୍ତି ଯାହାକି ୟୁକ୍ରେନ ଯୁଦ୍ଧର ସମ୍ଭାବ୍ୟ ଅନ୍ତ ଘଟାଇପାରେ ।
ସାମ୍ବାଦିକ ହର୍ଶ ନିଜ ରିପୋର୍ଟରେ ଦାବି କରିଛନ୍ତି ଯେ ଗତ ପ୍ରାୟ ୨ ବର୍ଷ ହେଲା ରୁଷିଆ ଏବଂ ୟୁକ୍ରେନ ଯୁଦ୍ଧ କରି କରି ଥକି ଯାଇଛନ୍ତି। ଶାନ୍ତି ଆଲୋଚନା ଶେଷ ହେବା ପରେ ସୈନିକଙ୍କ ସ୍ଥିତି ଅନୁଯାୟୀ ସୀମା ନିର୍ଦ୍ଧାରଣ ହୋଇପାରେ । ଏହି ଚୁକ୍ତିକୁ ନେଇ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଆପତ୍ତି କରିବେ ନାହିଁ।
ଏହି ଆଲୋଚନାରେ ଚୂଡ଼ାନ୍ତ ହୋଇଥିବା ପ୍ରସ୍ତାବ ଯଦି ପାରିତ ହୁଏ, ତେବେ କ୍ରିମିଆ ସମେତ ଡୋନେସ୍କ, ଲୁହାଂସ୍କ, ଜାପୋରିଜ୍ଜିଆ ଏବଂ ଖେରସନ ପ୍ରଦେଶ ଉପରେ ରୁଷିଆର ନିର୍ବିବାଦୀୟ ନିୟନ୍ତ୍ରଣ ରହିବ। ତେବେ ୟୁକ୍ରେନ୍ ନାଟୋରେ ସାମିଲ ହେବା ନେଇ ରୁଷ୍ ଆପତ୍ତି ଉଠାଇନଥିବାରୁ ପ୍ରତିବଦଳରେ ୟୁକ୍ରେନ ସାମାନ୍ୟ ଲାଭବାନ ହୋଇପାରେ।
ସୂଚନାଯୋଗ୍ୟ ଯେ ୨୦୨୨, ଫେବ୍ରୁଆରି ୨୪ରେ ରୁଷ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା ।

ad-week
Leave A Reply

Your email address will not be published.