ଆସିଲା ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ନିମନ୍ତ୍ରଣ ପତ୍ରର ଫଟୋ, ସୋସିଆଲ ମିଡିଆରେ ହେଲା ଭାଇରାଲ…

add-all

ଅଯୋଧ୍ୟା: ଉତ୍ତରପ୍ରଦେଶର ଅଯୋଧ୍ୟାରେ ନିର୍ମାଣ ହେଉଥିବା ଶ୍ରୀରାମ ମନ୍ଦିରରେ ଆସନ୍ତା ଜାନୁଆରି ୨୨ରେ ଶ୍ରୀରାମଲଲ୍ଲାଙ୍କ ଶ୍ରୀବିଗ୍ରହର ପ୍ରାଣ ପ୍ରତିଷ୍ଠା କରାଯିବ । ଏହି ସମାରୋହ ପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହି ସମାରୋହ ପାଇଁ ସାରାଦେଶରୁ ପ୍ରାୟ ୬ ହଜାର ଲୋକଙ୍କୁ ନିମନ୍ତ୍ରଣ କରାଯିବ। ଏଥିପାଇଁ ନିମନ୍ତ୍ରଣପତ୍ର ପ୍ରସ୍ତୁତ ହୋଇଯାଇଛି । ଏହି ନିମନ୍ତ୍ରଣ ପତ୍ରର ଫଟୋଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ବଣ୍ଟନ କରାଯାଉଥିବା ଚିଠିରେ ଲେଖାଯାଇଛି, ଦୀର୍ଘ ସଂଘର୍ଷ ପରେ ଶ୍ରୀରାମ ଜନ୍ମଭୂମିରେ ମନ୍ଦିର ନିର୍ମାଣ କାର୍ଯ୍ୟ ଚାଲିଛି। ଅଯୋଧ୍ୟାରେ ଉପସ୍ଥିତ ରୁହନ୍ତୁ ଏବଂ ପବିତ୍ରତାର ସାକ୍ଷୀ ହୁଅନ୍ତୁ ଏବଂ ମହାନ ଐତିହାସିକ ଦିବସର ମର୍ଯ୍ୟାଦା ବୃଦ୍ଧି କରନ୍ତୁ।
ଚିଠିରେ ଆହୁରି ମଧ୍ୟ ଲେଖାଯାଇଛି ଯେ, ଆପଣ ଯେତେ ଶୀଘ୍ର ଅଯୋଧ୍ୟା ଆସିବେ ସେତେ ଅଧିକ ସୁବିଧାଜନକ ହେବ। ବିଳମ୍ବରେ ଆସିଲେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ।
ଜଣେ ସାଧୁ କହିଛନ୍ତି ଯେ ଡାକ ମାଧ୍ୟମରେ ତାଙ୍କୁ ଏହି ପବିତ୍ର କାର୍ଯ୍ୟକ୍ରମ ପାଇଁ ପ୍ରଥମ ନିମନ୍ତ୍ରଣ ମିଳିଛି । ଅଯୋଧ୍ୟାରେ ଏକ ଭବ୍ୟ ରାମ ମନ୍ଦିର ନିର୍ମାଣ କରାଯାଉଛି। ଏଥିରେ ଦୂରଦୂରାନ୍ତରୁ ଆସିଥିବା ସାଧୁ, ମହାମଣ୍ଡଳେଶ୍ୱର, ଗୁରୁ ମଧ୍ୟ ସାମିଲ ହେବେ।

ad-week
Leave A Reply

Your email address will not be published.